July 5, 2025
Home » ଛତ୍ରପୁର ୧୪ ନମ୍ବର ୱାର୍ଡ଼ ସମସ୍ୟା ବୁଝିଲେ ବିଧାୟକ

ଛତ୍ରପୁର ୧୪ ନମ୍ବର ୱାର୍ଡ଼ ସମସ୍ୟା ବୁଝିଲେ ବିଧାୟକ

0
WhatsApp Image 2024-11-24 at 7.54.35 PM (1)

ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୧୪ ନମ୍ବର ୱାର୍ଡ଼ର ଜଳ ଯୋଗାଣ,ଡ୍ରେନ୍,ରାସ୍ତା,ସମସ୍ୟାର ସମାଧାନ ପାଇଁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ନିଜେ ଉପସ୍ଥିତ ରହି ଯାଞ୍ଚ କରିବା ସହିତ ଉତ୍ତମ ମାନର ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ବହୁ ଦିନରୁ ଏହି ସମସ୍ୟା ଥିବା ବେଳେ ପୂର୍ବତନ ବିଧାୟକ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା କୁହା ଯାଇଛି । ନୂଆ ସରକାର ସମୟରେ ଛତ୍ରପୁର ର ନୂଆ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଲୋକଙ୍କ ପାଖରେ ପହଞ୍ଚି ମୂଳରୁ ସମସ୍ୟାର ସରଳ ଭାବରେ ସମାଧାନ ଦିଗରେ ଆଗେଇବା ଓ ଲୋକଙ୍କୁ ପ୍ରତିଶ୍ରୁତି ଦେଇଆସିଥିବା ଦେଖିବାକୁ ମିଳିଛି । ବିଧାୟକ ଏଭଳି ସୁନ୍ଦର ପଦକ୍ଷେପ ନେଇଥିବାରୁ ସହର ବାସିନ୍ଦା ପ୍ରଶଂସା କରିଥିଲେ ।।

Leave a Reply

Your email address will not be published. Required fields are marked *