February 20, 2026
Home » ପାରା ଉଡ଼ାଣ ପ୍ରତିଯୋଗିତା

ପାରା ଉଡ଼ାଣ ପ୍ରତିଯୋଗିତା

0
bra-para-1

ବ୍ରହ୍ମପୁର , ଖାଜା ସାହିସ୍ଥିତ କମ୍ୟୁନିଟି ହଲ୍ ପରିସରରେ ରବିବାର ଗଞ୍ଜାମ ପିଜନ୍ ଏସୋସିଏସନ୍ ତରଫରୁ ଗ୍ରୀଷ୍ମକାଳୀନ ପାରା ଉଡ଼ାଣ ପ୍ରତିଯୋଗିତା ର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ଯୋଶେଫ୍ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଖାଜା ସାବିର୍, କୋଷାଧ୍ୟକ୍ଷ ସଚିତା ନନ୍ଦପାଢ଼ି ଙ୍କ ସମେତ ସମସ୍ତ କର୍ମ କର୍ତ୍ତା ଉପସ୍ଥିତି ରହି କାଯ୍ୟ କର୍ମକୁ ସହଯୋଗ କରିଥିଲେ।

ମୁଖ୍ୟ ଅତିଥି ରୂପେ ଅର୍ବାନ ବ୍ୟାଙ୍କ ସଭାପତି ଆର୍, ମୁରଲୀମୋହନ ଓ ସମ୍ମାନୀତ ଅତିଥୁ ଭାବେ ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇ ପାରା ଉଡ଼ାଣ ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେl ଏହି ପ୍ରତିଯୋଗିତ ୨ଟି କଟୋଗରି ରେ ଅନୁଷ୍ଠିତ ହୋଇଥିଲା । ଲୋ ଉଡ଼ାଣରେ ସଚ୍ଚିଦାନନ୍ଦ ପାଢ଼ୀ ପ୍ରଥମ, ସୋଏବ ମଲ୍ଲିକ ଦ୍ଵିତୀୟ, ପି. ଶିବା ତୃତୀୟ ସ୍ଥାନ ଅଧୁକାର କରି ପୁରସ୍କୃତ ହୋଇଥିବା ବେଳେ ହାଇ ଉଡାଣରେ  ସୁଦୀପ କୁମାର ପଟ୍ଟନାୟକ ପ୍ରଥମ, ଖାଜା ସମ୍‌ସିର୍ ଦ୍ଵିତୀୟ ଏବଂ କିରଣ ରେଷୀ ତୃତୀୟ ସ୍ଥାନ ଅକାର କରିଥିଲେ । ସେହିପରି ଶ୍ରେଷ୍ଠ ପିଜନ୍ ଉଡ଼ାଣର ହାଇରେ ଖାଜା ସମ୍ ସିର ଏବଂଲୋଉଡାଣରେ ସୋଏବ ମଲ୍ଲିକଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ସମସ୍ତ ପ୍ରତିଯୋଗୀ, ଓ ରେଫେରୀ ଏବଂ ଅନ୍ୟାନ୍ୟ କ ର୍ମକର୍ତ୍ତାଙ୍କୁ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *