March 14, 2025
Home » ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ବ ଏଡ୍ସ ଦିବସ ପାଳିତ ୨୧ ବର୍ଷରେ ୧୭୦୦ ଜଣ ଆକ୍ରାନ୍ତ,୦୬ ଜଣଙ୍କ ମୃତ୍ୟୁ

ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ବ ଏଡ୍ସ ଦିବସ ପାଳିତ ୨୧ ବର୍ଷରେ ୧୭୦୦ ଜଣ ଆକ୍ରାନ୍ତ,୦୬ ଜଣଙ୍କ ମୃତ୍ୟୁ

0

ପ୍ରତିବର୍ଷ ଡିସେମ୍ବର ୦୧ ତାରିଖରେ ବିଶ୍ବ ଏଡ୍ସ ଦିବସ ରୂପେ ପାଳନ କରାଯାଇଥାଏ। ପ୍ରତିବର୍ଷ ଡିସେମ୍ବର ୦୧ ତାରିଖରେ ପାଳିତ ହେଉଥିବା ବିଶ୍ୱ ଏଡସ୍ ଦିବସ ପ୍ରଥମେ ୧୯୮୮ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ମିଳିତ ଜାତିସଂଘର ସୁପାରିଶ କ୍ରମେ ଏଚ୍.ଆଇ.ଭି / ଏଡସ୍ ମହାମାରୀର ବିଶ୍ଵବ୍ୟାପୀ ପ୍ରଭାବକୁ ଚିହ୍ନିବା, ଲୋକଙ୍କୁ ଶିକ୍ଷା ଦେବା ଏବଂ ଏଚ୍.ଆଇ.ଭି ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ ଓକିଲାତି କରିବା ପାଇଁ ଏହି ଦିବସଟିକୁ ପାଳନ କରାଯାଇଥାଏ । ଏଡସ୍ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଲାଲ୍ ରିବନ୍ ଏକତାର ପ୍ରତୀକ ରୂପେ ଗ୍ରହଣ କରାଯାଇଛି । ଚଳିତ ବିଶ୍ବ ଏଡ୍ସ ଦିବସ ୨୦୨୪ ର ଥିମ୍ ହେଉଛି “ଟେକ୍ ଦ ରାଇଟ୍ସ୍ ପାତ: ମଇ ହେଲତ, ମାଇ ରାଇଟ”(“ଅଧିକାର ପଥ ନିଅ: ମୋର ସ୍ୱାସ୍ଥ୍ୟ, ମୋର ଅଧିକାର!” ) ।
ବିଶ୍ଵ ଏଡସ୍ ଦିବସ ୨୦୨୪ ପାଳିନ ଅବସରରେ ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ ଲାଲମୋହନ ରାଉତରାୟ ସଚେତନତା ଶୋଭାଯାତ୍ରା କୁ ଶୁଭାରମ୍ଭ କରିବା ସହ ସଚେତନତା କାର୍ଯ୍ୟକ୍ରମ, ଶୋଭାଯାତ୍ରା, ରକ୍ତ ଦାନ ଶିବିର ର ଆୟୋଜନ କରାଯାଇଥିଲା ।


ସୂଚନା ମୁତାବକ ୨୦୦୩ ମସିହା ଠାରୁ ରାୟଗଡ଼ା ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୭୦୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧, ୫୭, ୩୪୩ ଜଣଙ୍କୁ କାଉନସେଲିଂ କରାଯାଇ ୧, ୩୩,୦୦୦ରୁ ଉର୍ଦ୍ଧ୍ଵ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ଜଣାପଡିଥିବା ବେଳେ ତନ୍ମଧ୍ୟରୁ ମୃତ୍ୟୁ ହୋଇଥିବା ୦୬ ଜଣ ରୋଗୀଙ୍କ ମଧ୍ୟରେ ଅଧିକାଂଶ ବାହାର ରାଜ୍ୟର ବା ଦାଦନ ଶ୍ରମିକ ବା ପ୍ରାୟତଃ ଅସୁରକ୍ଷିତ ଯୌନ ସମ୍ପର୍କ ହେତୁ ଆକ୍ରାନ୍ତ ହେଉଥ‌ିବା ଜଣାପଡିଛି । ହେଲେ ଚଳିତ ବର୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଆଇ ସି ଟି ସି ରେ ମୋଟ ୨୬୧୭୧ ଜଣଙ୍କୁ ଏଡ଼ସ ରୋଗ ବିଷୟରେ ପରାମର୍ଶ ପ୍ରଦାନ କରାଯାଇଥିବା ବେଳେ ୨୬୧୪୭ ଜଣଙ୍କ ଏଡ଼ସ ପରୀକ୍ଷଣ କରାଯାଇଥିବା ତନ୍ମଧ୍ୟରୁ ୬୫ ଜଣଙ୍କର ଏଡ଼ସ ପାଜିଟିଭ ଆସିଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି ।

ଆଜିର ଉକ୍ତ ଦିବସ ଅବସରରେ ସ୍ବାସ୍ଥ୍ୟ କର୍ମୀ ତାଲିମ କେନ୍ଦ୍ର ର ଛାତ୍ର ଛାତ୍ରୀ ମାନେ ଏଡ଼ସ ସଚେତନତା ବାର୍ତ୍ତା ନେଇ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ମାର୍କେଟ ଓ କୋରାପୁଟ ଛକ ଦେଇ ଚିକତ୍ସାଳୟକୁ ଶୋଭାଯାତ୍ରା ଫେରିବା ପରେ ଜିଲ୍ଲା ରକ୍ତ ଭଣ୍ଡାର ରେ ଆୟୋଜିତ ରକ୍ତ ଦାନ ଶିବିରରେ କିଛି ବ୍ୟକ୍ତି ସ୍ଵେଚ୍ଛାକୃତ ଭାବେ ରକ୍ତ ଦାନ କରିଥିବା ବେଳେ ସିଆରପିଏଫ୍ ଯବାନ ମାନେ ମଧ୍ୟ ରକ୍ତ ଦାନ କରିଥଲେ ।
ଆଜିର ଦିବସରେ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼ ମମତା ସାହୁ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ( ରୋଗ ନିୟନ୍ତ୍ରଣ) ଡ଼ ମମତା ଚୌଧୁରୀ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡ଼ ପ୍ରଦୀପ୍ତ କୁମାର ସୁବୁଦ୍ଧି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ତଥା ସୁପରିଟେଡେଣ୍ଟ ଡ଼ ଦ୍ଵିବେନ୍ଦୁ କୁମାର ଦେବ୍, ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡ ଗୌତମ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *