December 22, 2024
Home » ଗଞ୍ଜାମ ଜିଲ୍ଲା କୁ ସମ୍ପୂର୍ଣ୍ଣ ମଦ ମୁକ୍ତ ଅଞ୍ଚଳ କରାଯିବାକୁ ସିପିଆଇ ର ଦାବୀ !

ଗଞ୍ଜାମ ଜିଲ୍ଲା କୁ ସମ୍ପୂର୍ଣ୍ଣ ମଦ ମୁକ୍ତ ଅଞ୍ଚଳ କରାଯିବାକୁ ସିପିଆଇ ର ଦାବୀ !

0

ଗଞ୍ଜାମ ଜିଲ୍ଲାର ସମସ୍ତ ୨୨ ଟି ବ୍ଲକ୍ ଅଞ୍ଚଳରେ ମାଦକ ଦ୍ରବ୍ୟ ଓ ମଦ ବିକ୍ରୀ ବ୍ୟାପକ ଅନିୟମିତତା ଭାବେ ବିକ୍ରୀ ହେଉଥିବା ଅଭିଯୋଗ ହେଉଛି, ଏନେଇ ସିପିଆଇ ନେତା ଗଣ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଜିଲ୍ଳାର ରମ୍ଭା ଖଲ୍ଲିକୋଟ ଅଞ୍ଚଳରେ ଜନ ଗହଳି ଓ ମାର୍କେଟ୍ ଗହଳ ଚହଳ ସ୍ଥାନ, ମନ୍ଦିର, ସ୍କୁଲ ପାଖାପାଖି ଅଞ୍ଚଳରେ ବେଆଇନ୍ ଭାବେ ମଦ ଦୋକାନ ଖୋଲିଥିବା ନେଇ କ୍ଷୋଭ ପ୍ରକାଶ ପାଇଛି । ପ୍ରକାଶ ଥାଉକି, ଯେଉଁଠି ମହୁଲି ମଦ ବିକ୍ରୀ ସ୍ଥାନରେ ଦେଶୀ ମଦ ବିକ୍ରୀ ହେଉଥିବା ଏକ ସଙ୍ଗୀନ ଅଭିଯୋଗ ଅଣାଯାଇଛି ।
ସଂପ୍ରତି ରମ୍ଭା ଅଞ୍ଚଳରେ ମହୁଲି ମଦ ବିକ୍ରୀ ହେଉଥିବା ସ୍ଥାନରେ ବିଷାକ୍ତ ଦେଶୀ ମଦ ବିକ୍ରୀ ହେଉଥିବା, ଯାହାକି ଉକ୍ତ ମଦରେ ଏସିଡ ସ୍ପିରିଟ, ବ୍ୟବହାରିକ ସରିଯାଇଥିବା ବ୍ୟାଟେରୀ ରୁ ରାସାୟନିକ ଗୁଣ୍ଡ ମଦ ରେ ମିଶ୍ରଣ କରାଯାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ଫଳରେ ଗାଢ଼ ନିଶାସକ୍ତ ମାଦକ ଦ୍ରବ୍ୟ ଚଢ଼ା ଦରରେ ବିକ୍ରୀ କରିବା ସହ ଅନେକ ମଦ୍ୟପୀ ଏହି ବିଷାକ୍ତ ମଦ ପିଇ ମୃତ୍ୟୁ ବରଣ କରିଥିବା ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅତୀତରେ ଗଞ୍ଜାମ ଜିଲ୍ଲାରେ ଅନେକ ଥର ବିଷାକ୍ତ ମଦରେ ମଦ ମୃତ୍ୟୁ ଘଟଣା ଘଟିଯାଇଛି । ତେଣୁ ଗଞ୍ଜାମ ଜିଲ୍ଲାରେ ସମ୍ପୂର୍ଣ୍ଣ ମଦ ବିକ୍ରୀ ବନ୍ଦ କରିବାକୁ ଆହ୍ବାନ ଦେଇ ରମ୍ଭା ସହରର ସିପିଆଇ ଶାଖା ସମ୍ମିଳନୀ ତରଫରୁ ଏକ ଶୋଭାଯାତ୍ରାରେ ବାହାରି ବିଦେଶୀ ମଦ କାଉଣ୍ଟର (ଦୋକାନ) ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏବଂ ଯୁବଗୋଷ୍ଠୀଙ୍କୁ ଜନ ସଚେତନତା କରିଛନ୍ତି ।
ଏପରିକି ଖଲ୍ଲିକୋଟ ଅଞ୍ଚଳରେ ଏକ ଚିଲ୍ଲିକା ଡିଷ୍ଟିଲାରୀ ନାମକ ଏକ ମଦ ଫ୍ୟାକ୍ଟ୍ରି ପ୍ରତିଷ୍ଠାନ ଖୋଲାଯିବା କୁ ଜଣେ ବ୍ୟବସାୟୀ ଉଦ୍ୟମ ଆରମ୍ଭ କରିଛନ୍ତି ବୋଲି କୁହାଯାଏ । ଉକ୍ତ ମଦ ଫ୍ୟାକ୍ଟ୍ରି ପ୍ରତିଷ୍ଠାନ ଖୋଲାଯିବା ପାଇଁ ରମ୍ଭା ଠାରୁ ଋଷିକୂଲ୍ୟା ନଦୀ ରୁ ପାଣି ନେବା ଉଦ୍ଦେଶ୍ୟରେ ଭୂତଳ ଖନନ କରି ପାଇପ ଲାଇନ୍ ରୁ ଜଳ ନେବା ପାଇଁ ଯୋଜନା ଭିତ୍ତିକ ଭାବେ କାର୍ଯ୍ୟ ଚଳାଇଥିବା ବିଷୟରେ ସିପିଆଇ ଅଭିଯୋଗ କରିଛି । ଏ ସଂପର୍କରେ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଦିଗରେ ଜିଲ୍ଲାପ୍ରଶାସନ ଗୁରୁତ୍ତ୍ଵର ସହ ଧ୍ୟାନ ଦେଇ ଏହାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନେତା କର୍ମୀ ଦୃଢ଼ ଦାବୀ କରିଛନ୍ତି ।

ଏହି ପ୍ରସ୍ତାବିତ ପ୍ରକଳ୍ପ ବନ୍ଦ କରାନଗଲେ ଆଗାମୀ ଦିନରେ ଛତ୍ରପୁର, ବ୍ରହ୍ମପୁର,ଜିଲ୍ଳାର ରମ୍ଭା, ଖଲ୍ଲିକୋଟ ଅଞ୍ଚଳରେ ପାନୀୟଜଳ ସଙ୍କଟ ଦେଖାଯିବା ଆଶଙ୍କା ରହିଛି ବୋଲି ସିପିଆଇ ଏହାର ଦୃଢ଼ ବିରୋଧ କରିଛନ୍ତି ।
ସର୍ବୋପରି ଗଞ୍ଜାମ ଜିଲ୍ଲା କୁ ସମ୍ପୂର୍ଣ୍ଣ ମଦ ମୁକ୍ତ ଅଞ୍ଚଳ ଭାବେ ପରିଣତ କରାଯିବାକୁ ଗଞ୍ଜାମ ଜିଲ୍ଲା ସିପିଆଇ ତରଫରୁ ଦୃଢ଼ ଦାବୀ ହୋଇଛି । ସରକାର ଏ ଦିଗରେ କାର୍ଯ୍ୟକାରୀ ନ କଲେ ବୃହତ୍ତର ଜନ ଆନ୍ଦୋଳନ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।
କ୍ଷୋଦ ବରିଷ୍ଠ ସିପିଆଇ ରାଜ୍ଯ ସମ୍ପାଦକ ମଣ୍ଡଳୀ ସଦସ୍ୟ ଏନ୍.ନାରାୟଣ ରେଡ୍ଡୀ ଏହାର ଦୃଢ଼ ପ୍ରତିବାଦ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସାଥୀ ନୀଳକଣ୍ଠ ଦାସ, ପ୍ରଦୀପ ସେଠୀ, ବି. ଦଣ୍ଡପାଣି ପାତ୍ର, ପୂର୍ଣ୍ଣ ରଥ, ନାରାୟଣ ନାୟକ, କ୍ଷେତ୍ରବାସୀ ନାୟକ, ସିପିଆଇ ଖଲ୍ଲିକୋଟ ଜୋନାଲ ସମ୍ପାଦକ ଦୁର୍ଗା ଚରଣ ପାତ୍ର, ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୨ ନମ୍ୱର ୱାର୍ଡ଼, କାଉନସିଲର କ୍ଷେତ୍ରମୋହନ ବେହେରା,୧୩ ନମ୍ୱର ୱାର୍ଡ଼ କାଉନସିଲର ଜ୍ୟୋତ୍ସ୍ନାରାଣୀ ବେହେରା, ନାରୀ ନେତ୍ରୀ ତଥା ରାଜ୍ଯ ମହିଳା କମିଟୀ ସଦସ୍ୟ ଏନ୍. ଭାନୁମତୀ ରେଡ୍ଡୀ ପ୍ରମୁଖ ଏହି ଆନ୍ଦୋଳନ ତଥା ପ୍ରତିବାଦ ସଭା ରେ ଅଂଶଗ୍ରହଣ କରି ମଦ ବିରୋଧୀ ଉପରେ ସ୍ୱର ଉଠାଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )l

Leave a Reply

Your email address will not be published. Required fields are marked *

You may have missed