December 21, 2025
Home » ହିନ୍ଦୁମାନଙ୍କୁ ବାଂଲାଦେଶୀଙ୍କ ଅତ୍ୟାଚାର ବିରୁଧରେ ବିରାଟ ରାଲି ଅନୁଷ୍ଠିତ

ହିନ୍ଦୁମାନଙ୍କୁ ବାଂଲାଦେଶୀଙ୍କ ଅତ୍ୟାଚାର ବିରୁଧରେ ବିରାଟ ରାଲି ଅନୁଷ୍ଠିତ

0
WhatsApp Image 2024-12-06 at 12.57.37 PM

କୋରାପୁଟ ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ୦୪/୧୨/୨୪ ତାରିଖ ବୁଧୁବାର ଦିନ ଭାରତୀୟ ହିନ୍ଦୁମାନଙ୍କ ଉପରେ ବାଂଲାଦେଶରେ ଅମାନବୀୟ ଭାବେ ଅତ୍ୟାଚାରକୁ ତୀବ୍ର ବିରୋଧ କରି କୋରାପୁଟ ଜିଲ୍ଲାର ସମସ୍ତ ବ୍ଲକର ଦୁଇହଜାରରୁ ଉର୍ଦ୍ଧ୍ବ ଲୋକ ଏକତ୍ରିତ ହୋଇ କୋରାପୁଟ ଆରଟିଓ ପଡ଼ିଆରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ମୁଖ୍ୟତଃ ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ କୋରାପୁଟରେ ରହିଆସୁଥିବା ହଜାର ହଜାର ବାଂଲାଦେଶୀ ମଧରୁ ପାଇଥିବା ନକଲ ଭୋଟ ପରିଚୟ ପତ୍ର ସହ ଆଧାର କାର୍ଡ ପାଇ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ପାଇଥିବା ବେଳେ ବ୍ୟବସାୟ ନାରେ ଗାଁ ଗାଁ ବୁଲି ନାରୀକୁ ନିର୍ଯାତନା କରୁଛନ୍ତି। ଏଣୁ ଉକ୍ତ ବାଂଲାଦେଶୀଙ୍କ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ କରାଯିବା ସହ ସେମାନଙ୍କ ବିରୁଦ୍ଧରେ ଆଇନଗତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାବୁ ଭାଇ ବଜାରଙ୍ଗୀ ଦାବି କରିଛନ୍ତି। ଉକ୍ତ ସଭାଯାତ୍ରାରେ ବାବୁ ଭାଇଜାନ, ଦୁଷ୍ମନ୍ତ ପରିଡା,ବିଦାନନ୍ଦ ଶତପଥ୍, ସମସ୍ତ ବରିଷ୍ଠ ନେତୃତ୍ୱ ବୃନ୍ଦ ସମେତ ଜିଲ୍ଲା ସଂଯୋଜକ ଗଣେଶ ଆଚାର୍ଯ୍ୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *