ବିବାଦୀୟ ଜାଗାରେ ବସଷ୍ଟପ ଉଦଘାଟନ କୁ 9 ମାସ ପୁରିଲା.. କାର୍ଯ୍ୟକ୍ଷମ ପାଇଁ କୁଂଥୁ କୁଂଥୁ କାହିଁକି?

କବିସୂର୍ଯ୍ୟନଗର : ବଦଳିଲା ସମୟ, ବଦଳିଲେ ସରକାର । ଉଦଘାଟନ ପରେ ବି କବିସୂର୍ଯ୍ୟନଗର ନୂଆ ବସଷ୍ଟପ ରୁ ଫିଟୁନି ତାଲା..ଆରମ୍ଭରୁ ବିବାଦ ଘେରରେ ରହି ଆସିଥିବା ବସ ଷ୍ଟପ ର ତୁଟୁନି ବିବାଦ.. କାମ ସରି ଉଦଘାଟନ ହେଲାଣି ତଥାପି କାର୍ଯ୍ୟକ୍ଷମ ହୋଇପାରୁନି..ଜନଗହଳି ଭିତରେ ଗାଡ଼ି ଓ ଗନ୍ତବ୍ୟ ପଥ ଖୋଜୁଛନ୍ତି ଯାତ୍ରୀ। କେତେବେଳେ ଦୁର୍ଘଟଣା ତ ଆଉ କେତେବେଳେ ରାସ୍ତା ଜାମ୍। ସହରର ର ମୁଖ୍ୟ ରାସ୍ତା ପାଲଟିଛି ବସଷ୍ଟାଣ୍ଡ। ରାସ୍ତା କଡ଼ରେ ବସକୁ ଅପେକ୍ଷା କରିଛନ୍ତି ଯାତ୍ରୀ। ଆଉ କେତେବେଳେ ଯାତ୍ରୀଙ୍କ ଅପେକ୍ଷାରେ ବସ୍। ଭିଡ଼ ନିୟନ୍ତ୍ରଣ ପାଇଁ ବସଷ୍ଟପ ନିର୍ମାଣ ହେଲା..କିନ୍ତୁ ଯାତ୍ରୀଙ୍କୁ ସୁବିଧା ମିଳୁନି. ଗହଳି ସାଙ୍ଗକୁ ରାସ୍ତାରୁ ଗାଡ଼ି ହଟୁନି। ଏସବୁ ଭିତରେ ସନ୍ତୁଳି ହେଉଛନ୍ତି ଜନତା।
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ରେ ଟ୍ରାଫିକ ଅବ୍ୟବସ୍ଥା ଦେଖିଲେ ମନ ପଡୁଛି ସେହି ବିବାଦୀୟ ବସ ଷ୍ଟପ କଥା.. ତରବରିଆ ଭାବେ ବିବାଦୀୟ ମୁଡ଼ ରେ ସବରେଜିଷ୍ଟର ଜାଗା ରେ ହସ୍ତାନ୍ତର ନହୋଇ NAC ପକ୍ଷରୁ ନିର୍ମାଣ କାମ ଆରମ୍ଭ ହେଲା.. ଏମିତି କି ବସଷ୍ଟପ ନିର୍ମାଣ ନା ରେ 11 ବ୍ୟବସାୟୀ ଙ୍କ ଘରକୁ ଜୋର ଜବରଦସ୍ତ ରାତି ଅଧିଆ ଭଂଗାଯାଇଥିଲା. କିନ୍ତୁ ନିର୍ମାଣ କରିବା ପରେ ଆଉ କାର୍ଯ୍ୟକ୍ଷମ ହୋଇପାରୁନି ପ୍ରକଳ୍ପ.. କୋଟି କୋଟି ଟଙ୍କା ବ୍ୟୟ କରି ବିବାଦ ଘେରରେ ଛନ୍ଦି ହୋଇପଡିଥିବା NAC ପ୍ରଶାସନ ଏବେ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଆଉ ବଳ ପାଉନି.. ଯାହା କୁହାଯାଉଛି ସରକାରୀ ଜାଗା ହୋଇଥିଲେ ମଧ୍ୟ ଅର୍ଥ ବିଭାଗ ର କର୍ମଚାରୀ ଙ୍କ କ୍ଵାଟର ଗୁଡ଼ିକୁ ବେ ଆଇନ ଭାବେ ଭାଙ୍ଗିଦିଆଗଲା.. କ୍ଵାଟର ଗୁଡିକ ଅକାମି ବୋଲି ନା ଅଛି ରିପୋର୍ଟ ନା ଅଛି ଜାଗା ହସ୍ତାନ୍ତର ଆଦେଶ..? ଆଜି ଯାଏ ସେ ଜାଗା ସରକାରୀ କ୍ଵାଟର ବୋଲି ରିପୋର୍ଟ ରେ କୁହାଯାଉଥିବା ଜଣାଯାଇଛି.. ଜାଗା ହସ୍ତାନ୍ତର ନହୋଇ ତହସିଲଦାର ଙ୍କ ରିପୋର୍ଟ ନ ଆଣି, ପୂର୍ତ୍ତ ବିଭାଗ ର ବିନା ରିପୋର୍ଟ ରେ କୁଆଡେ ନିର୍ମାଣ ହୋଇଥିବା ବସଷ୍ଟପ କୁ ଏବେ କାର୍ଯ୍ୟକ୍ଷମ କରିବାରେ NAC କୁଂଥୁ କୁଂଥୁ ହେଉଛି ବୋଲି ଆଲୋଚନା ହେଉଛି.. ହେଲେ ଏ ବିବାଦୀୟ ବସ ଷ୍ଟପ କୁ ନେଇ ନିର୍ମାଣ ସମୟରେ ସେତେବେଳେର ବିରୋଧୀ ଦଳ ବିଜେପି ତଦନ୍ତ ପାଇଁ ଦାବି କରିଥିଲା.. କିନ୍ତୁ ଅତୀତ ର ବିରୋଧଦଳ ଏବେ ଶାସକ ହୋଇ ଥିବା ରୁ ଯାହା ପୂର୍ବରୁ ଦାବି ଥିଲା ତାହା ତଦନ୍ତ ହେବ ନା ଦୁର୍ନୀତି ଉପରେ ବହଳିଆ ପରଦା ଢାଙ୍କିଦିଆଯିବ ତାହାକୁ ନେଇ ସାଧାରଣ ରେ ପ୍ରଶ୍ନ ଉଠିଲାଣି..