December 20, 2025
Home » ବାଂଲାଦେଶ ରେ ହିନ୍ଦୁ ଙ୍କ ଉପରେ ଅତ୍ୟାଚାର ବିରୁଦ୍ଧରେ ସୁବର୍ଣ୍ଣପୁର ରେ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ,ଭାରତ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ l

ବାଂଲାଦେଶ ରେ ହିନ୍ଦୁ ଙ୍କ ଉପରେ ଅତ୍ୟାଚାର ବିରୁଦ୍ଧରେ ସୁବର୍ଣ୍ଣପୁର ରେ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ,ଭାରତ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ l

0
WhatsApp Image 2024-12-07 at 9.51.29 PM

ସୁବର୍ଣ୍ଣପୁର — ବାଂଲାଦେଶ ରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଗଣ ହତ୍ୟା, ଧର୍ଷଣ, ସମ୍ପତ୍ତି ଲୁଣ୍ଠନ ବିରୁଦ୍ଧରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ରେ ସନାତନି ହିନ୍ଦୁ ସୁରକ୍ଷା ସମିତି ପକ୍ଷରୁ ସହର ରେ ଏକ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ୍ ପ୍ରଦର୍ଶନ କରଯାଇଛି ଏବଂ ଭାରତ ସରକାର ଙ୍କୁ ଚାପ ପକାଇବା ପାଇଁ ଆଜି ଭାରତ ସରକାର ଓ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି l ବଙ୍ଗଳାଦେଶ ରେ ହିନ୍ଦୁ ଲୋକ ଙ୍କ ଉପରେ ହେଉଥିବା ଅତ୍ୟାଚାର କୁ ସମ୍ପୂର୍ଣ୍ଣ ଭାବେ ରୋକିବା ଉଦ୍ଦେଶ୍ୟରେ ଏହି ଜନ ଜାଗରଣ ମାଧ୍ୟମ ରେ ସାରା ଭାରତ ରେ ଆଜି ହିନ୍ଦୁ ମାନଙ୍କୁ ଏକ ହେବାକୁ ପଡ଼ିବ ବୋଲି ମତ ରଖି ଆନ୍ଦୋଳନ କାରୀ ଶୋଭାଯାତ୍ରାରେ ବାଂଲାଦେଶୀ ଗୋ ବେକ୍ ଗୋ ବେକ ନାରା ଦେଇ ଥିଲେ l ବାଂଲା ଦେଶ ରେ ହିନ୍ଦୁ ମାନଙ୍କୁ ସୁରକ୍ଷା ଦେବା ପାଇଁ ଭାରତ ର ଶହେ କୋଟି ହିନ୍ଦୁ ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଆଜି ଆର୍ ଏସ ଏସ ର କର୍ମକର୍ତ୍ତା ପ୍ରକାଶ କରିଛନ୍ତି ଏବଂ ବିଗତ ୭୧ ମସିହାରୁ ବାଂଲାଦେଶୀ ଙ୍କୁ ଭାରତ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଆସିଥିବା ବେଳେ ଆଜି କିନ୍ତୁ ବାଂଲାଦେଶ ଭାରତ କୁ ଧୋକା ଦେଇଥିବା କହିଛନ୍ତି l ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *