ସହକାର ଭାରତୀ ରାଷ୍ଟ୍ରୀୟ ଅଧିବେଶନ ରେ କେନ୍ଦ୍ର ମନ୍ତ୍ରୀ: ନୀତିନ ଜୟରାମ ଗଡକରୀ
ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ୪ ଓଡ଼ିଆ
ଅମୃତସର: ପଞ୍ଜାବ ର ଅମୃତସର ଠାରେ ଅନୁଷ୍ଠିତ ହୋଇଥିବା ସହକାର ଭାରତୀ ର ୮ମ ରାଷ୍ଟ୍ରୀୟ ଅଧିବେଶନ ଉଦଯାପନୀ ସମାରୋହ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଜୟରାମ ଗଡକରି।
ଏହି ଅଧିବେଶନରେ ଅନୁ୍ଷ୍ଠିତ ହୋଇଥିବା ରାଷ୍ଟ୍ରୀୟ କାର୍ଯ୍ଯକାରିଣୀ ଚୟନ ପ୍ରକ୍ରିୟାରେ ଓଡ଼ିଶା ପ୍ରଦେଶର ଅରୁଣ କୁମାର ଜେନା, କେ. ମୋହନ ରେଡ୍ଡୀ, ପାର୍ଥ ସାରଥୀ ପ୍ରଧାନ ଓ ପୃଥୀରାଜ ବେହେରା ସ୍ଥାନ ପାଇଛନ୍ତି। ସମବାୟ ମାଧ୍ୟମରେ ବ୍ୟକ୍ତି ବିଶେଷ ମାନଙ୍କ ସାମାଜିକ ଓ ଆର୍ଥିକ ଅଭିବୃଦ୍ଧି, ସହକାର ଭାରତୀର କାର୍ଯ୍ୟକ୍ରମ କୁ ସାରା ଓଡ଼ିଶା ପ୍ରଦେଶ ରେ ଗାଁ ଠୁ ନଗର ଯାଏଁ ପହଞ୍ଚାଇବା ସହ ରାଷ୍ଟ୍ରୀୟ କମିଟି ଓ ପ୍ରଦେଶ କମିଟି ମଧ୍ୟ ରେ ସମନ୍ଵୟ ରଖିବା ଦାୟିତ୍ଵ ତାଙ୍କ କାନ୍ଧ ରେ ନ୍ୟସ୍ତ କରିଛି ରାଷ୍ଟ୍ରୀୟ ସଂଗଠନ। ଓଡ଼ିଶା ପ୍ରଦେଶ ସହକାର ଭାରତୀର ରାଜ୍ୟ ସଭାପତି କୃଷ୍ଣ ବଲ୍ଳଭ ସାହୁ, ସାଧାରଣ ସମ୍ପାଦକ ସୋନାଶିଷ ଜେନା, ମହିଳା ପ୍ରମୁଖ କଳ୍ପନା ଦାଶ, ପ୍ରାନ୍ତ ସଂଗଠନ ପ୍ରମୁଖ ଜିତେନ୍ଦ୍ର କୁମାର ସାହୁ ସମେତ ସଂଗଠନର ସମସ୍ତ ଜିଲ୍ଲାର କାର୍ଯ୍ୟକର୍ତ୍ତା ମାନେ ଶୁଭେଚ୍ଛା ଜଣାଇଛନ୍ତି l
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )