ଜିଲ୍ଲା ସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ

ସାରା ବିଶ୍ୱରେ ଡିସେମ୍ବର ୫ତରିଖ କୁ ମୃତ୍ତିକା ଦିବସ ଭାବେ ପାଳନ କରାଯାଉଛି, ଏନେଇ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ କୃଷିବିଭାଗ ତରଫରୁ ମଣିଜଙ୍ଗା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବିଶ୍ୱ ମୂର୍ତ୍ତିକା ଦିବସ ପାଳିତ ହୋଇ ଯାଇଛି,ଏହି ସଭାରେ ମୁଖ୍ୟ ଅତିଥି ଭାବେ ତିର୍ତୋଲ ବ୍ଲକ ଅଧକ୍ଷ୍ୟ ମନୋଜ କୁମାର ବେହେରା, ତିର୍ତୋଲ ଆତ୍ମା ଅଧକ୍ଷ ଦେବେନ୍ଦ୍ର କୁମାର ମଲ୍ଲିକି,ଶ୍ରୀ ଜ୍ୟୋତି ରଞ୍ଜନ ମିଶ୍ର ସହକାରୀ ନିର୍ଦେଶକ ମୂର୍ତ୍ତିକା ସଂରକ୍ଷଣ,ଜଗତସିଂହପୁର, ପ୍ରଦୀପ୍ତ କୁମାର ମାଝୀ ବୈଜ୍ଞାନୀକ ମୂର୍ତ୍ତିକା, କୃଷି ବିଜ୍ଞାନ କେନ୍ଦ୍ର, ସମଳାଇ ପ୍ରସାଦ ପରିଡା ସହକାରୀ କୃଷି ନିର୍ଦେଶକ କୃଷି ବିଭାଗ ଜଗତସିଂହପୁର,ଗଜେନ୍ଦ୍ର ନାଥ ଦଳାଇ ତିର୍ତୋଲ ବ୍ଲକ କୃଷିଅଧିକାରୀ ଓ ସ୍ଥାନୀୟ ମଣିଜଙ୍ଗା ସରପଞ୍ଚ ଶଶଧର ମ୍ଳାଲିକି, ସମିତି ସଭ୍ୟା ନଳିନୀ କାନ୍ତ ଦାସ ପ୍ରମୁଖ ଏଥିରେ ଯୋଗ ଦେଇ ମୂର୍ତ୍ତିକା ର ଯତ୍ନ, ପର୍ଯ୍ୟକ୍ଷଣ, ପରିଚାଳନା ଓ ପରିମାପ ଉପରେ ବକ୍ତବ୍ୟରେ ଆଲୋକ ପାତ କରିଥିଲେ, ବିଶ୍ୱ ମୂର୍ତ୍ତିକା ଦିବସ ଉପରେ ଆୟୋଜିତ କୁଇଜି ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ୍ୟ କରାଯାଇ ଥିଲା ଓ ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ ମଧ୍ୟ୍ୟ କରାଯାଇଥିଲା,