ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବ୍ଳକ ତରଫରୁ ସ୍ୱଛତା ଅଭିଜାନ ପାଳିତ ।

ରାମନାଗୁଡା :-୯/୧୨/୨୪ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଓ ପଞ୍ଚାୟତ ସମିତିର ମିଳିତ ଆନୁକୂଲ୍ୟରେ ସ୍ୱଛତା ଅଭିଜାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ତହସିଲ ଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ, ବ୍ଳକ ଅଧ୍ୟକ୍ଷ ରବି ଗମାଙ୍ଗ,ଜିପିଓ ଗୋପାଳ ଚନ୍ଦ୍ର ମିଶ୍ର ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ଗୈରି ପ୍ରସାଦ ପଣ୍ଡା ,ବରିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀ ମୃତ୍ୟୁଞ୍ଜୟ ଶତପଥୀ, ଶ୍ମିତାରାଣି ତୁଳ, ଦିଲ୍ଲୀପ ରାଉତ, ଜଗଦୀଶ ମାଡ୍ରାକା,ରଞ୍ଜିତା ସାହୁ,ସନ୍ନପ୍ରଭା ମଲ୍ଲିକ,ମୈସୁମି ଗମାଙ୍ଗ, ସୁମିତ ଶବର, ଅମୃତ ଜେନା,ଜୁଲାଇ ବନ୍ତ ସାହୁ, ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କ ସହିତ ସଫେଇ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଏକାଦଶ ଓ ଦ୍ଵାଦଶ ଶ୍ରେଣୀ ର ସମସ୍ତ ଛାତ୍ରଛାତ୍ରୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରର ଚତୃପାସ୍ଵ କୁ ପରିସ୍କାର ଓ ପରିଚ୍ଛନ୍ନ କରିଥିଲେ ପୁନ୍ନ ପଞ୍ଚାୟତ ସମିତିର ସମସ୍ତ ଅଧିକାରୀ ଓ କର୍ମଚାରୀ ମଧ୍ୟ ଏହି ସଫେଇ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ସ୍ୱଚ୍ଛତା ର ବାର୍ତ୍ତା ପହଞ୍ଚାଇଥିଲେ । ବିଦ୍ୟାଳୟ ର ଏଭଳି ଜନହିତକର କାର୍ଯ୍ୟକ୍ରମ କୁ ଜନସାଧାରଣ ରେ ଉଚ୍ଚ ପ୍ରଶଂସା କରାଯାଇଛି ।