December 20, 2025
Home » ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସଫଳ କ୍ରୀଡ଼ାବିତ୍‌ମାନଙ୍କୁ ପୁରସ୍କାର ରାଶି ପ୍ରଦାନ

ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସଫଳ କ୍ରୀଡ଼ାବିତ୍‌ମାନଙ୍କୁ ପୁରସ୍କାର ରାଶି ପ୍ରଦାନ

0
WhatsApp Image 2024-12-10 at 1.01.25 PM

୬୫ କ୍ରୀଡ଼ାବିତ୍‌ଙ୍କୁ ପ୍ରଦାନ କରାଗଲା ୫୩ ଲକ୍ଷ ୭ହଜାର ୫୦୦ ଟଙ୍କା କ୍ରୀଡ଼ା ଓ କ୍ରୀଡ଼ାବିତ୍‌ମାନଙ୍କର ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ, କ୍ରୀଡ଼ାବିତ୍‌ଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ : କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର, (୯/୧୨): ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାମାନଙ୍କରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ଦ୍ୱାରା ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ସଫଳ କ୍ରୀଡ଼ାବିତ୍‌ମାନଙ୍କୁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ୧୬ଟି କ୍ରୀଡ଼ାବର୍ଗରେ ୬୫ କ୍ରୀଡ଼ାବିତ୍‌ଙ୍କୁ ୫୩ ଲକ୍ଷ ୭ହଜାର ୫୦୦ ଟଙ୍କା ପୁରସ୍କାର ରାଶି ଆଜି ପ୍ରଦାନ କରାଯାଇଛି।

ଆଜିର କାର୍ଯ୍ୟକ୍ରମରେ ୧୬ଟି କ୍ରୀଡ଼ାବର୍ଗ ଯଥା ଭାରତ୍ତୋଳନ, ଆଥଲେଟିକ୍ସ, ହ୍ୱିଲ୍ ଚେୟାର ଫେନ୍‌ସିଙ୍ଗ, ଚେସ୍‌, ପାରା-ସନ୍ତରଣ , ଅଲଟ୍ରା ରନିଙ୍ଗ(Ultra Running), ପାରା-ଆଥଲିଟ୍, କରାଟେ, ଡ଼ିଫ୍ ଶୁଟିଙ୍ଗ (Deaf Shooting), ବ୍ୟାଡ଼ମିଣ୍ଟନ, ଜୁ-ଜିସଛୁ (Ju-Jitsu), ସନ୍ତରଣ, କିକ୍ ବକ୍ସିଙ୍ଗ, ଶୁଟିଙ୍ଗ, ପେଂଚକ ସିଲେଟ (Pancak Silat) ଏବଂ ତାଇକ୍ଵାଣ୍ଡୋ (Taekwondo) ବର୍ଗରେ କ୍ରୀଡ଼ାବିତମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ଭାରତ୍ତୋଳନ କ୍ରୀଡ଼ାବିତ୍‌ ପ୍ରୀତିସ୍ମିତା ଭୋଇଙ୍କୁ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସର୍ବଧିକ ୩ ଲକ୍ଷ ୩୩ ହଜାର ଟଙ୍କା ପୁରସ୍କାର ରାଶି ମିଳିଥିବା ବେଳେ ଜୋତ୍ସ୍ନା ଶବରଙ୍କୁ ୨ ଲକ୍ଷ ୩୩ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସେହିପରିଭାବେ ଧାବକ ଅନିମେଷ କୁଜୁରଙ୍କୁ ୨ ଲକ୍ଷ ୩୦ ହଜାର ଟଙ୍କା ଓ ୮ ବର୍ଷର ଚେସ୍‌ ଖେଳାଳୀ ସାତ୍ତ୍ଵିକ ସ୍ୱାଇଁଙ୍କୁ ୬୭ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ପାରା-କ୍ରୀଡ଼ାବିତ୍‌ ମାଳତିଙ୍କୁ ( Malti Panure)ଙ୍କୁ ୧ ଲକ୍ଷ ୮୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସମୁଦାୟ ୧୯ ଜଣ ପାରା-କ୍ରୀଡ଼ାବିତ୍‌ ଙ୍କୁ ଆଜିର ସମ୍ବର୍ଦ୍ଧନା ସମାରୋହରେ ପୁରସ୍କାର ଧନରାଶି ପ୍ରଦାନ କରାଯାଇଛି।

ଆଜିର କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ନିଜର ଅଭିଭାଷଣରେ କ୍ରୀଡ଼ାମନ୍ତ୍ରୀ ସମସ୍ତ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଆଗାମୀ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ କ୍ରୀଡ଼ାବିତ୍‌ମାନେ ପଦକ ଜିତି ନିଜ ପାଇଁ ବିଶ୍ୱ ମଞ୍ଚରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ରାଜ୍ୟ ପାଇଁ ଗୌରବ ଅର୍ଜନ କରନ୍ତୁ ବୋଲି ସେ ସମସ୍ତଙ୍କୁ ପ୍ରେରିତ କରିଥିଲେ।ଏଥିସହ କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ପ୍ରଦାନ କରାଯିବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ, ଓଡ଼ିଶା ହକି ପ୍ରମୋସନ କାଉନସିଲର ସିଇଓ ଶ୍ରୀ ଦୀପଙ୍କର ମହାପାତ୍ର, ଅତିରିକ୍ତ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ ଓ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, କ୍ରୀଡ଼ାବିତ୍‌ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *