March 20, 2026
Home » ସତସଙ୍ଗ ମାର୍ଗ ଉଦଘାଟିତ

ସତସଙ୍ଗ ମାର୍ଗ ଉଦଘାଟିତ

0
WhatsApp Image 2024-12-11 at 1.06.55 PM

ଆସନ୍ତାକାଲି ଧର୍ମଗଡ଼ ସ୍ଥିତ ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଜୀ ଙ୍କ ସତସଙ୍ଗ ବିହାର ଶ୍ରୀମନ୍ଦିର ଶୁଭ ଉଦ୍‌ବୋଧନ କାର୍ଯ୍ୟକ୍ରମ ପରମପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କ କରକମଳରେ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ବେଦ ମାଙ୍ଗଳିକୀ,ଉଷା କୀର୍ତ୍ତନ,ଉଷା ବିନତୀ ପ୍ରାର୍ଥନା କାର୍ଯ୍ୟକ୍ରମ ସହ ଦିବସ ବ୍ୟାପୀ ଦୀକ୍ଷାପତ୍ର କାର୍ଯ୍ୟ, ଦୀକ୍ଷାଦାନ କାର୍ଯ୍ୟ,ଚିକିତ୍ସା ଶିବିର ଏବଂ ପ୍ରସାଦ ସେବନ ଚାଲୁ ରହିବ।

ଏହି ଅବସରରେ ଧର୍ମଗଡ଼ ତିନି ଛକ ଠାରୁ ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଜୀ ଙ୍କ ସତସଙ୍ଗ ବିହାର ଶ୍ରୀମନ୍ଦିର ରାସ୍ତାକୁ ‘ସତସଙ୍ଗ ମାର୍ଗ’ ଭାବେ ନାମିତ କରାଯାଇଛି। ଧର୍ମଗଡ଼ ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଓ ଚେମ୍ବର ଅଫ କମର୍ସ ସଭାପତି ବିଦ୍ୟାଧର ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ସତସଙ୍ଗ ମାର୍ଗ କୁ ଉଦ୍ଘାଟନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଗୁରୁ ଭ୍ରାତା ଈଶ୍ୱର ଚନ୍ଦ୍ର ବେହେରା, ରାଧା ମୋହନ ପାତ୍ର, ଲୋକନାଥ ବେହେରା, ଅଲେଖ ମହାରଣା, ଚନ୍ଦ୍ରଧ୍ଵଜ ସାହୁ, ବିରଞ୍ଚି ନାରାୟଣ ସାହୁ, ସୁନ୍ଦର ଲାଲ ଅଗ୍ରୱାଲ, ଭୁବନେଶ୍ୱର ସାହୁ, ଭୀମ ସେନ ଅଗ୍ରୱାଲ ତଥା ମହିଳା ମଣ୍ଡଳୀ ର ଅନିତା ପଣ୍ଡା, ପଙ୍କଜିନି ସାହୁ, ଅନିଶା ପଣ୍ଡା, ରାଜ ଲକ୍ଷ୍ମୀ ନନ୍ଦ, ମିନତୀ ବେହେରା, ହିରାମଣି ପୁରୋହିତ,ବ୍ରଜେଶ୍ୱରି ପ୍ରହରାଜ, ସୁଚିସ୍ମିତା ମୁଣ୍ଡ, ବବିତା ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଓ ବ୍ରହ୍ମାନନ୍ଦ ଆଚାରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *