୨୩ଟି ଶିଳ୍ପ ସଂସ୍ଥା ଦେଉ ନାହାନ୍ତି ବକେୟା ବିଦ୍ୟୁତ ବିଲ୍: ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟର ୨୩ଟି ଶିଳ୍ପ ସଂସ୍ଥା ଦେଉ ନାହାନ୍ତି ବକେୟା ବିଜୁଳି ବିଲ୍। ପଡି ରହିଛି ବକେୟା ବିଦ୍ୟୁତ ବିଲ। ୨୩ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ ୧୦୯୬ କୋଟି ଟଙ୍କା ବକେୟା ରହିଛି। ଲିଖିତ ଉତ୍ତର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ସେହିପରି ୧୦ ବର୍ଷରେ ୧୪ଟି ଶିଳ୍ପ ସଂସ୍ଥାକୁ ୪୦୯୭ କୋଟି ବକେୟା ବିଲ୍ ମଧ୍ୟ ଛାଡ଼ କରାଯାଇଛି।
ଯାଜପୁରର ଭିସା ଷ୍ଟିଲ ୨୪୬ କୋଟି ଟଙ୍କା ବାକି ରଖିଥିବା ବେଳେ ଜିନ୍ଦଲ ୨୮୫ କୋଟି , ଜିଏମଆର କମଳାଙ୍ଗ ଏନର୍ଜି ୧୭୯ କୋଟି, ମାଇଥାନ ଇସ୍ପାତ ନିଗମ ଲିମିଟେଡ଼ ୮୫ କୋଟି ଟଙ୍କା ବକେୟା ରଖିଛନ୍ତି। ଆଜି ଶୀତକାଳୀନ ଅଧିବେଶନରେ ବିଧାନସଭା ଗୃହରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହା ଲିଖିତ ଉତ୍ତରରେ କହିଛନ୍ତି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ବେଦାନ୍ତ ଲିମିଟେଡ଼କୁ ୩୫୯୯ କୋଟି ଟଙ୍କାର, ଜିନ୍ଦଲ ଷ୍ଟିଲ୍କୁ ୧୦୩ କୋଟି ଓ ଜେକେ ପେପର ମିଲ୍କୁ ୨୬ କୋଟି ଟଙ୍କାର ବକେୟା ବିକେୟା ବିଜୁଳି ବିଲ୍ ଛାଡ଼ କରାଯାଇଛି।
ସେହିପରି ଗୃହରେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ବିଧାୟକ ଶ୍ରୀ ସ୍ୱାଇଁ କହିଥିଲେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦରେ ପୂର୍ବତଟ ରେଳପଥ ହୋଇଥିଲା। ଆମେ ରେଳମନ୍ତ୍ରୀଙ୍କୁ ଭୋଟ ଦେଇ ଦିଲ୍ଲୀ ପଠାଇଛୁ, ଏହା ଲଜ୍ଜାର ବିଷୟ। ତାଙ୍କର ଓଡ଼ିଶା ପ୍ରୀତି ନାହିଁ। ୱାଲଟିଅର ଡିଭିଜନକୁ ଯଦି ସାଉଥ ସେଣ୍ଟ୍ରାଲ ରେଲୱେ ବିଶାଖାପାଟଣା ସହିତ ମିଶାଇ ଦିଆଯାଏ, ତେବେ ଓଡ଼ିଶାର ୨୦ ହଜାର କୋଟି ଟଙ୍କାର ରାଜସ୍ବ ହାନୀ ହେବ।
ଏହି ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ। ୱାଲଟିୟର ଡିଭିଜନକୁ ନେଇ ବିବାଦ ଉପୁଜିଥିବା ବେଳେ, ଓଡ଼ିଶାର ଗୋଟେ ଇଞ୍ଚ ମଧ୍ୟ ବାହାର ରାଜ୍ୟକୁ ଯିବ ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି, ପୂର୍ବତଟ ରେଳପଥ ତିନୋଟି ଡିଭିଜନ ରହିଛି। ଏହାକୁ ୟୁପିଏ ସରକାର ସର୍ଦନ ଡିଭିଜନ କରିବାକୁ ଚାହୁଁଥିବା ସମୟରେ ଆପଣଙ୍କ ବିଜେଡି ସାଂସଦମାନେ କଣ କରୁଥିଲେ ବୋଲି ଉପମୁଖ୍ୟମନ୍ତ୍ରୀ ପାଲଟା ପ୍ରଶ୍ନ କରିଛନ୍ତି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର