July 6, 2025
Home » ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଏଲ୍‌କେ ଆଡଭାନୀ

ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଏଲ୍‌କେ ଆଡଭାନୀ

0
WhatsApp Image 2024-12-14 at 12.18.25 PM

ନୂଆ ଦିଲ୍ଲୀ: ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଆଡଭାନୀଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଗତ ମାସରେ ସେ ତାଙ୍କର ୯୭ ତମ ଜନ୍ମଦିନ ପାଳନ କରିଥିଲେ। ଆଡଭାନୀ ଗତ କିଛି ମାସ ମଧ୍ୟରେ ବାରମ୍ବାର ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି।

ଗତ ଜୁଲାଇରୁ ନେଇ ଏବେ ସୁଦ୍ଧା ସେ ଚତୁର୍ଥ ଥର ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଏହାପୂର୍ବରୁ ଦିଲ୍ଲୀର ଉଭୟ ଆପୋଲୋ ହସ୍ପିଟାଲ ଏବଂ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ରେ ଚିକିତ୍ସିତ ହୋଇଥିଲେ।

୧୯୨୭ ମସିହା ନଭେମ୍ବର ୮ ତାରିଖରେ କରାଚିରେ ଜନ୍ମଗ୍ରହଣ କରିଥିବା ଆଡଭାନୀ ୧୯୪୨ ମସିହାରେ ରାଷ୍ଟ୍ରିୟ ସ୍ବୟମ୍‌ ସେବକ ସଂଘରେ ଯୋଗ ଦେଇଥିଲେ। ସେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ୧୯୯୯ ରୁ ୨୦୦୪ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

ଚଳିତବର୍ଷ ମାର୍ଚ୍ଚ ମାସରେ ଆଡଭାନୀଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିଥିଲେ।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *