March 15, 2025
Home » ସୁବର୍ଣ୍ଣପୁର ଜିଲ୍ଲା ରେ ସଡ଼କ ସୁରକ୍ଷା ଆଇନ ନୈରାଶ୍ୟ ଜନକ

ସୁବର୍ଣ୍ଣପୁର ଜିଲ୍ଲା ରେ ସଡ଼କ ସୁରକ୍ଷା ଆଇନ ନୈରାଶ୍ୟ ଜନକ

0

ସୁବର୍ଣ୍ଣପୁର: ସଡକ ସୁରକ୍ଷା ନିମନ୍ତେ ସରକାର ବାରମ୍ବାର ନୀତି ପ୍ରଣୟନ କରୁଛନ୍ତି ।ନୁଆଁ ନୁଆଁ ନୀତିରେ ପୁଳା ପୁଳା ଯୋଜନା ପ୍ରସ୍ତୁତହେଉଛି । କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ହେଉ କିମ୍ବା ରାଜ୍ୟରେ କେଉଁଠି ମଧ୍ୟ ଦୁର୍ଘଟଣା କମୁଥିବା ଜଣା ପଡୁନାହିଁବରଂ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି ଯଦିଓ ଜଲ୍ଲାର ଦୁର୍ଘଟଣା ଚଳିତ ମାସରେ ବହୁମୂଲ୍ୟବାନ ଜୀବନ ନେଇଛି ତେବେ ସେଥି ପ୍ରତି‌ ନା ପରିବହନ ବିଭାଗର ଚିନ୍ତା ବଢୁଛି କି ସୁବର୍ଣ୍ଣପୁର ଜିଲ୍ଲାପ୍ରଶାସନ ଓ ସରକାରଙ୍କ ଏଥିପ୍ରତି ନିଘା ଅଛି ।ସୁବର୍ଣ୍ଣପୁର ଜିଲ୍ଲାରେ ସଡକ ଦୁର୍ଘଟଣା ବୃଦ୍ଧିର ମୂଳ କାରଣଜିଲ୍ଲା ପ୍ରଶାସନକୁ ଅଛପା ନଥିବା ବେଳେପରିବହନ ବିଭାଗ ଓ ସରକାରଙ୍କୁ ଏହା ଅଛପାନାହିଁ । ତେବେ ସବୁ ଜାଣି ଶୁଣି ସଡକ ଦୁର୍ଘଟଣାକୁରୋକ ଲଗାଇ ବାରେ କାହାର ଆନ୍ତରିକତା ନଥିବାଭଳି ମନେ ହେଉଛି । ଦିନକୁ ଦିନ ସୁବର୍ଣ୍ଣପୁର ଜିଲ୍ଲାରେଦୁର୍ଘଟଣା ବଢ଼ିବାରେ ଲାଗିଥିବା ବେଳେ ଦୁର୍ଘଟଣାଜନିତ ମୃତ୍ୟୁ ବୃଦ୍ଧି ପାଉଛି । ଦିନ ରାତି ସବୁସମୟରେ ଜାତୀୟ ରାଜପଥ ହେଉ କିମ୍ବାଗ୍ରାମାଞ୍ଚଳର ମୁଖ୍ୟ ରାସ୍ତା ଗୁଡିକ ଉପରେ ଗାଈଗୋରୁ , ବୁଲା କୁକୁର ମାନେ ନିଜର ଆଶ୍ରୟ ସ୍ଥଳୀ ଭାବରେବ୍ୟବହାର କରୁଥିବା ବେଳେ ରାସ୍ତା ଗୁଡିକ ଖାଲଢିପରେ ଭରପୁର ହୋଇ ରହିଛି । ଏହା ସହିତଅନେକ ସ୍ଥାନରେ ରାସ୍ତା କାର୍ଯ୍ୟ ଅଧାପନ୍ତରିଆଭାବରେ ପଡି ରହିଥବା ସାଙ୍ଗକୁ ବୁଲା କୁକୁରଙ୍କପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଜିଲ୍ଲାରେ ବୁଲାକୁକୁରଙ୍କ ବନ୍ଧ୍ୟାକରଣ ନୈରାଶ୍ୟ ଜନକ ହୋଇଛି । ଏହା ବ୍ୟତୀତ ଶୀତ ଦିନରେ ସକାଳୁ କୁହୁଡି ରାସ୍ତାକୁଅବରୋଧ କରୁଥିବା ବେଳେ ଲୋକେ ସଠିକଭାବରେ ରାସ୍ତାରେ ଆଶ୍ରୟ ନେଉଥିବା ଗାଈଙ୍କୁନଦେଖିପାରିବା ଏବଂ ହଠାତ ଭାବରେ କୁକୁରମାନେ ରାସ୍ତା ଉପରେ ଚାଲି ଆସିବା ଫଳରେଗାଡି ଚାଳକ ମାନେ ଦୁର୍ଘଟଣାର ଶିକାରହେଉଛନ୍ତି । ଯାହା ଫଳରେ ବହୁ ମୂଲ୍ୟବାନ ଧନଜୀବନ ଅନାହାରରେ ଚାଲି ଯାଉଛି । ଅନ୍ୟପଟେଜିଲ୍ଲାରେ ଅମାନିଆ ଗାଡି ଚାଲାଣକୁ ପରିବହନବିଭାଗର ଅଣଦେଖା ହେଉଥିବା ବେଳେନାବାଳକ ଗାଡି ଚାଲାକ ବୃଦ୍ଧି ପାଉଛି । ଯାହାକୁପରିବହନ ବିଭାଗ ଓ ପୁଲିସ ବିଭାଗର ନିଷ୍କ୍ରିୟତାକିମ୍ବା ଆନ୍ତରିକତା ଅଭାବରୁ ସଡକ ଦୁର୍ଘଟଣାବଢ଼ିବାରେ ଲାଗୁଛି । ସଡକ ସପ୍ତାହ ପ୍ରଶାସନପାଳନ କରିବା ସହିତ ସଚେତନତା କାର୍ଯ୍ୟ କରିଏହା ବାବଦକୁ ପୁଳାପୁଳା ଅର୍ଥ ଖର୍ଚ୍ଚ କରି ନିଜରଦାଇତ୍ୱ ସାରି ଦେଉଥିବା ବେଳେ ସଡ଼କ ସୁରକ୍ଷାନିୟମକୁ କଡାକଡି ନକରି ବିଭାଗୀୟ ଅଧିକାରୀମାନେ ଶୀତତାପ ନିୟନ୍ତ୍ରଣ କୋଠରୀରେ ବସିରହି ସଡକ ସୁରକ୍ଷା ନୀତିକୁ ଆପଣେଇଥିବାରୁସୁବର୍ଣ୍ଣପୁର ଜିଲ୍ଲାର ସଡକ ଦୁର୍ଘଟଣାର ପରିମାଣ ବଢ଼ିବାରେ ଲାଗିଛି । ସଡକ ସୁରକ୍ଷା ନୀତି ପ୍ରଣୟନ କରିବାସହିତ ଏହି ନିୟମକୁ କଡାକଡି ଭାବରେପରିବହନ ବିଭାଗ ଯାଞ୍ଚ କରିବା ଏବଂ ଉଚିତଫାଇନ ଆଦାୟ କରିଲେ ଏଥିରେ ରୋକଲାଗିପାରିବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ବିଷୟ ହେଉଛି । ପରିବହନ ବିଭାଗର ଢିଲାପଣ ହେତୁ ଜିଲ୍ଲାରେ ସଡକ ପରିବହନନୀତି ଅଣ ଦେଖା ବାଟରେ ଯାଉଥିବାର ପ୍ରମାଣସ୍ୱରୂପ ଜିଲ୍ଲାରେ ବୃଦ୍ଧି ପାଉଥିବା ଦୁର୍ଘଟଣା ଜନିତମୃତ୍ୟୁ । ନିୟମ କଡାକାଡି କରିବା ପରିବର୍ତ୍ତେ ପରିବହନ ବିଭାଗର ଅଧିକାରୀ ମାନେ କାଁ ଭାଁକେତେବେଳେ କେଉଁଠାରେ ସାଧାରଣ ଭାବରେଚେକିଙ୍ଗ କରିବା ଏହା ପୁଣି ନିୟମିତ ନକରିବର୍ଷକରେ ଦୁଇ ଚାରିଥର ହେଲମେଣ୍ଟ ଚେକିଂକରୁଥିବା ଦେଖିବାକୁ ମିଳିଥାଏ । କିନ୍ତୁ ନାବାଳକଗାଡି ଚଳାନା ଓ ଦ୍ରୁତଗାମୀ ଚାଳକ ମାନଙ୍କ ପାଇଁପରିବହନ ବିଭାଗର କଟକଣା କଟକଣାରେ ରହିଯାଉଥିବା ବେଳେ ପରିବହନ ବିଭାଗ ଏଥିରେରୋକ ଲଗାଇବାରେ ବିଫଳ ହୋଇଛି । କେବଳଇ-ଚାଲାଣ କାଟିଦେଇ ନିଜର ଦାଇତ୍ୱ ସାରିଦେଉଛନ୍ତି । ଯାହା ଫଳରେ ଜିଲ୍ଲାରେ ଇ-ଚାଲାଣରେକର୍ଡ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କାର ଚାଲାଣକଟାଯାଉଛି କିନ୍ତୁ ତାହା ସଠିକ ଭାବରେରାଜକୋଷକୁ ଆସୁନଥିବା ଭଳି ମନେ ହେଉଛି । ଏହିପରି ଅବ୍ୟବସ୍ଥା ମଧ୍ୟରେ ଜିଲ୍ଲାର ପରିବହନବିଭାଗର ସଡକ ସୁରକ୍ଷା ନୀତି ଚାଲିଥିବା ବେଳେପୁଣି ୨୦୨୫ ରେ ସରକାର ନୁଆଁ ଭାବରେସଡକ ସୁରକ୍ଷା ନୀତି ଆଣିବେ ବୋଲି ଶୁଣିବାକୁମିଳୁଛି । ତେବେ ପୁରୁଣା ସଡକ ପରିବହନ ନୀତିଅବତାରେ ଯାଉଥିବା ବେଳେ ନୁଆଁ ସଡକ ଆଇନକେତେଦୂର କାର୍ଯ୍ୟକାରି ହୋଇପାରିବ ତାକୁ ନେଇଜିଲ୍ଲାରେ କଳ୍ପନା ଜଳ୍ପନା ଜାରି ରହିଛ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *