December 21, 2025
Home » ଚାଷୀଙ୍କୁ କୁଇଁଣ୍ଟାଲ ପିଛା ୩୧୦୦ଟଙ୍କା ଦେବାର ପ୍ରତିଶୃତି ରାଜ୍ୟରେ ମୋହନ ସରକାର ପୂରଣ କରିଛନ୍ତି ବୋଲି କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ।

ଚାଷୀଙ୍କୁ କୁଇଁଣ୍ଟାଲ ପିଛା ୩୧୦୦ଟଙ୍କା ଦେବାର ପ୍ରତିଶୃତି ରାଜ୍ୟରେ ମୋହନ ସରକାର ପୂରଣ କରିଛନ୍ତି ବୋଲି କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ।

0
WhatsApp Image 2024-12-20 at 12.47.05 PM (2)

ଧର୍ମଗଡ ଉପଖଣ୍ଡ ର ବିଭିନ୍ନ ମଣ୍ଡି, ମଣ୍ଡି ରେ ଚାଷି ଙ୍କ ସହ ଆନୁସଙ୍ଗିକ ବ୍ୟବସ୍ଥା ନେଇ ଆଲୋଚନା….

ନିର୍ବାଚନ ସମୟରେ କଥା ଦେଇଥିଲୁ ଆଉ ରାଜ୍ୟ ସରକାର ତାକୁ ପୂରଣ କରିଛନ୍ତି। ଚାଷୀଙ୍କୁ କୁଇଁଣ୍ଟାଲ ପିଛା ୩୧୦୦ଟଙ୍କା ଦେବାର ପ୍ରତିଶୃତି ରାଜ୍ୟରେ ମୋହନ ସରକାର ପୂରଣ କରିଛନ୍ତି ଆଉ ଏନେଇ ଚାଷୀ ବହୁ ଖୁସି ଅଛନ୍ତି ବୋଲି ଧର୍ମଗଡ଼ ଗ୍ରସ୍ତ ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ:ମୁକେଶ ମହାଲିଙ୍ଗ ସାମ୍ବାଦିକ ମାନଙ୍କୁ କହିଛନ୍ତି। ଗୁରୁବାର ଦିନ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ ଗସ୍ତ ରେ ଆସି ଜୁନାଗଡ଼, କଲମପୁର,କୋକସରା ଓ ଧର୍ମଗଡ ବ୍ଲକ ର ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ କରିବା ସହ ସ୍ଥାନୀୟ ଅଞ୍ଚଳର ଚାଷି ଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ ଏବଂ ଧର୍ମଗଡ଼ ଡାକ ବଙ୍ଗଳା ଠାରେ ସାମ୍ବାଦିକ ମାନଙ୍କ ପ୍ରଶ୍ନ ର ଉତ୍ତର ଦେଇଥିଲେ। ଡାକ୍ତର ସମସ୍ୟା କୁ ନେଇ ପ୍ରଶ୍ନ ର ଉତ୍ତରରେ ସରକାର ସଂପ୍ରତି ୫ହଜାର ଡାକ୍ତର ପଦବୀ ପୂରଣ କରିବାକୁ ଘୋଷଣା କରିଛନ୍ତି ଓ ପର୍ଯ୍ୟାୟ କ୍ରମେ ସମସ୍ତ ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ ହେବ ବୋଲି ପ୍ରକାଶ କରିଥିଲେ।

ରାଜ୍ୟ ସରକାର ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ବିଜେପି ର ନେତୃବୃନ୍ଦ ଙ୍କ ସହ ପ୍ରଥମେ କଲମପୁର ବ୍ଲକ ର ବଡ କୁଟ୍ରୁ, ବିଜମରା ମଣ୍ଡି ପରିଦର୍ଶନ ପରେ କୋକସରା ବ୍ଲକ ର ମୋଟେର ମଣ୍ଡି ରେ ପହଞ୍ଚି ଚାଷି ଙ୍କ ସହ ମଣ୍ଡି ର ଆନୁସଙ୍ଗିକ ବ୍ୟବସ୍ଥା ନେଇ ଆଲୋଚନା କରିଥିଲେ। ମଧ୍ୟାହ୍ନ ଭୋଜନ ପରେ ମନ୍ତ୍ରୀ କୋକସରା ଧାନ ମଣ୍ଡି ରେ ପହଞ୍ଚି ମଣ୍ଡି ରେ ଏକ ସଭା ରେ ଉପସ୍ଥିତ ଚାଷି ଙ୍କୁ ରାଜ୍ୟ ସରକାରଙ୍କ ମଣ୍ଡି ପରିଚାଳନା ନେଇ ଆଲୋଚନା କରିଥିଲେ ଓ ଚାଷି ଙ୍କ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ।

ପରେ ମନ୍ତ୍ରୀ ଟେମରା ମଣ୍ଡି,ଧର୍ମଗଡ ବ୍ଲକ ବେହେରା ମଣ୍ଡି ଓ ଧର୍ମଗଡ ମଣ୍ଡି ରେ ଚାଷି ଙ୍କ ସହ ମଣ୍ଡି ରେ ଧାନ ବିକ୍ରି ଓ ରାଜ୍ୟ ସରକାର ଘୋଷଣା କରିଥିବା ଧାନ ର ସହାୟକ ମୂଲ୍ୟ ୩୧୦୦ ନେଇ ଓ ଅନ୍ୟାନ୍ୟ ଭିତ୍ତିଭୂମି ନେଇ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଗସ୍ତ ସମୟରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ,କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଧର୍ମଗଡ ଉପଜିଲ୍ଲାପାଳ ଧୀମାନ ଚକମା,କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋଜ ମେହେର,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଟଙ୍କଧର ନାଏକ, ବିଜେପି ନେତା ଭବେନ୍ଦ୍ର ପଣ୍ଡା, ପୂର୍ବତନ ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ଓମଫେଡ ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟଦେଵ ସାହୁ,କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ,ମହିଳା ରାଜ୍ୟ ନେତ୍ରୀ କୁନ୍ତୀ ପାଳ, ବରିଷ୍ଠ ନେତା ଧନଞ୍ଜୟ ପାତ୍ର,ଧର୍ମଗଡ଼ ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି,ପ୍ରମୁଖ ମନ୍ତ୍ରୀ ଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *