July 6, 2025
Home » ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କ ବିରୋଧରେ ଏତଲା ଦେଲେ ଜିଲ୍ଲାପାଳ

ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କ ବିରୋଧରେ ଏତଲା ଦେଲେ ଜିଲ୍ଲାପାଳ

0
WhatsApp Image 2024-12-18 at 10.24.58 PM

କଟକ : କଟକ ଜିଲ୍ଲାପାଳଙ୍କ ଦସ୍ତଖତର ହୋଇଥିଲା ଜାଲିଆତି। ପ୍ରାୟ ୫ ବର୍ଷ ପରେ ସ୍ପଷ୍ଟ ହୋଇଛି ଏହି ଘଟଣା। ଏହା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଆସିଷ୍ଟାଷ୍ଟ ପ୍ରଫେସରଙ୍କ ବିରୋଧରେ ଏତଲା ଦେଇଛନ୍ତି କଟକ ଜିଲ୍ଲାପାଳ।

ସୂଚନା ଅନୁଯାୟୀ, ୨୦୧୯ ମସିହାରେ ନିର୍ବାଚନ ସମୟରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବିଜୟ ଲକ୍ଷ୍ମୀ ଦାଶ ଛୁଟି ପାଇଁ ଆବେଦନ କରିଥିଲେ। ନିର୍ବାଚନ ଆଚରଣ ବିଧି ଲାଗିଥିବାରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଜୟଲକ୍ଷ୍ମୀଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କଠାରୁ ଅନୁମତି ଆଣିବାକୁ କହିଥିଲେ। ହେଲେ ପ୍ରଫେସର ବିଜୟଲକ୍ଷ୍ମୀ ଦାଶ ଜିଲ୍ଲାପାଳଙ୍କଠାରୁ ଅନୁମତି ଆଣିନଥିଲେ। ବରଂ ଜିଲ୍ଲାପାଳଙ୍କ ଜାଲି ଦସ୍ତଖତ କରି ଛୁଟିରେ ନେଇଥିଲେ।

ପ୍ରାୟ ୫ ବର୍ଷ ପରେ ଆସିଷ୍ଟାଣ୍ଟ ପ୍ରଫେସର ବିଜୟ ଲକ୍ଷ୍ମୀ ଦାଶଙ୍କ ବିରୋଧରେ ଥିବା ଅଭିଯୋଗ ପଦାକୁ ଆସିଛି। ଜିଲ୍ଲାପାଳଙ୍କ ଦସ୍ତଖତ ଜାଲ୍‌ ହୋଇଥିବା ସ୍ପଷ୍ଟ ହୋଇଛି। ଏହାପରେ କଟକରେ ବର୍ତ୍ତମାନ ଥିବା ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଲାଲବାଗ ଥାନାରେ ପ୍ରଫେସରଙ୍କ ନାଁରେ ଏତଲା ଦେଇଛନ୍ତି। ତେବେ ଏ ସମ୍ପର୍କରେ ପ୍ରଫେସର ଦାଶଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *