February 9, 2026
Home » ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର 59ତମ ପ୍ରତିଷ୍ଠା ଦିବସ: ସୌଭାଗ୍ୟ ମିଶ୍ରଙ୍କୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ରବି ରଥ ପାଇବେ ସାମ୍ୱାଦିକତା ସମ୍ମାନ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର 59ତମ ପ୍ରତିଷ୍ଠା ଦିବସ: ସୌଭାଗ୍ୟ ମିଶ୍ରଙ୍କୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ରବି ରଥ ପାଇବେ ସାମ୍ୱାଦିକତା ସମ୍ମାନ

0
WhatsApp Image 2024-12-20 at 2.22.48 PM

ଭଞ୍ଜବିହାର: ଜାନୁଆରି 2ତାରିଖ ଦିନ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପାଳନ କରିବ 59ତମ ପ୍ରତିଷ୍ଠା ଦିବସ ପ୍ରତିଷ୍ଠା। ଦିବସକୁ ଆକର୍ଷଣୀୟ କରିବା ପାଇଁ ଆୟୋଜିତ ପ୍ରସ୍ତୁତି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ମୁଖ୍ୟ ଅତିଥି ଭାବେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ‘କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ କବି ପ୍ରଫେସର ସୌଭାଗ୍ୟ କୁମାର ମିଶ୍ରଙ୍କୁ ସମ୍ମାନିତ କରାଯିବା ସହ ଅଙ୍ଗବସ୍ତ୍ର ସମ୍ମାନରେ ସମ୍ମାନିତ ହେବେ ବରିଷ୍ଠ ସାମ୍ବାଦିକ ରବି ରଥ ଓ ଦଣ୍ଡପାଣି ମହାପାତ୍ର। ଦକ୍ଷିଣ ଓଡ଼ିଶା ଲୋକସଂସ୍କୃତି ସମ୍ମାନରେ ପାଟପୁର ଅଞ୍ଚଳର ରାମଲୀଳା ଗୁରୁ ଶ୍ୟାମ ସୁନ୍ଦର ପାଣିଗ୍ରାହୀ ଏବଂ ଭଞ୍ଜନଗର କଣ୍ଢେଇ ନାଚ ଗୁରୁ ଅଜୟ କୁମାର ବିଷୋୟୀ, ପୁରାତନ ଛାତ୍ର ସମ୍ମାନ ଭାବେ କଶ୍ମୀରର ଏଆଇଆଇଏମ୍‌‍ଏସ୍‌‍ ରନିର୍ଦ୍ଦେଶକ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତିଙ୍କୁ ସମ୍ମାନିତ କରାଯିବ। ଏଥିସହ 85ଜଣ ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ୍ଣପଦକ ସହୟ ଅର୍ଥରାଶି ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏ ନେଇ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ସହ ଯୋଗାଯୋଗ କରିବାରେ ପ୍ରତିଷ୍ଠା ଦିବସ ଉତ୍ସବ ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିବା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *