December 22, 2024
Home » ବିଦ୍ୟୁତ୍ ପାଇକାରୀ ମୂଲ୍ୟ ୟୁନିଟ ପିଛା ୫୪ ପଇସା ବୃଦ୍ଧି ପାଇବ !

ବିଦ୍ୟୁତ୍ ପାଇକାରୀ ମୂଲ୍ୟ ୟୁନିଟ ପିଛା ୫୪ ପଇସା ବୃଦ୍ଧି ପାଇବ !

0

ଭୁବନେଶ୍ବର: ୨୦୨୫-୨୬ ଆ୨୦୨୫-୨୬ରେ ବିଦ୍ୟୁତ୍ ପାଇକାରୀ ମୂଲ୍ୟ ୟୁନିଟ ପିଛା ୫୪ ପଇସା ବୃଦ୍ଧି ପାଇ ୩ ଟଙ୍କା ୮୨ ପଇସା ହେବାର ଆଶଙ୍କା ଦେଖାଦେଇଛି ।ର୍ଥିକ ବର୍ଷରୁ ବଢ଼ିପାରେ ବିଦ୍ୟୁତ ଶୁଳ୍କ। ଆସନ୍ତା ଆର୍ଥିକ ବର୍ଷଠାରୁ ଗ୍ରିଡ୍‌କୋ ପକ୍ଷରୁ ବିଜୁଳି ୟୁନିଟ୍ ପିଛା ୫୪ ପଇସା ବୃଦ୍ଧି କରିବାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)କୁ ପ୍ରସ୍ତାବ ଦିଆଯାଇଛି। ୨୦୨୩-୨୪ରେ ବିଦ୍ୟୁତ ୟୁନିଟ ପିଛା ପାଇକାରୀ ମୂଲ୍ୟ ୩ ଟଙ୍କା ୨୯ ପଇସା ଥିଲା । ୨୦୨୫-୨୬ରେ ବିଦ୍ୟୁତ୍ ପାଇକାରୀ ମୂଲ୍ୟ ୟୁନିଟ ପିଛା ୫୪ ପଇସା ବୃଦ୍ଧି ପାଇ ୩ ଟଙ୍କା ୮୨ ପଇସା ହେବାର ଆଶଙ୍କା ଦେଖାଦେଇଛି ।

ଗ୍ରିଡକୋ ଦର୍ଶାଇଛି ଯେ, ୨୦୨୫-୨୬ରେ ବାର୍ଷିକ ୩୮ ହଜାର ୮୧୪ ୟୁନିଟ୍ ବିଦ୍ୟୁତ୍ ବିକ୍ରି କରିବାକୁ ଯୋଜନା ରହିଛି। ପୂରା ବିଦ୍ୟୁତ୍ କିଣାବିକା ଓ ନିଜର ସମସ୍ତ ଆବଶ୍ୟକତାକୁ ହିସାବକୁ ନେଲେ ପାଖାପାଖି ୧୫ ହଜାର ୩୪୭ କୋଟି ଟଙ୍କା ଆବଶ୍ୟକ। ଅର୍ଥାତ୍ ୟୁନିଟ୍ ପିଛା ୩ ଟଙ୍କା ୯୫ ପଇସା ଉପଭୋକ୍ତା ଦେଲେ ଯାଇ ଭରଣା ହେବ। ରିଟର୍ଣ୍ଣ ଅନ ଇକ୍ବିଟିକୁ ବାଦ ଦିଆଗଲେ ୧୪ ହଜାର ୮୨୦ କୋଟି ଟଙ୍କା ଆବଶ୍ୟକ ହେବ। ଅର୍ଥାତ୍ ୟୁନିଟ ପିଛା ୩ ଟଙ୍କା ୮୨ ପଇସାରୁ କମ୍ ହେଲେ ଗ୍ରୀଡକୋ କ୍ଷତି ସହିବ।

୨୦୨୫-୨୬ରେ ଗ୍ରୀଡକୋ ପ୍ରସ୍ତାବକୁ ଯଦି ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ ମାନି ନିଅନ୍ତି, ତେବେ ପାଇକାରୀ ମୂଲ୍ୟ ୟୁନିଟ ପିଛା ୫୪ ପଇସା ବଢ଼ିବ। ସେସୁ, ୱେସକୋ, ନେସ୍କୋ ଏବଂ ସାଉଥ କୋ କମ୍ପାନୀକୁ ଟାଟାକୁ ବିକ୍ରି ସମୟରେ ବକେୟା ଅର୍ଥ ଏଯାଏ ପରିଶୋଧ ହୋଇନି। ଚଳିତ ବର୍ଷ ନିର୍ବାଚନ ବର୍ଷ ଥିବାରୁ ବିଜୁଳି ଦର ବଢି ନଥିଲା। ବିଦ୍ୟୁତ ଶୁଳ୍କ ବଢ଼ିଲେ କୋଟିଏ ଉପଭୋକ୍ତା ପ୍ରଭାବିତ ହେବା ଆଶଙ୍କା ରହିଛି। ବୃଦ୍ଧିକୁ ଉପଭୋକ୍ତା ମହାସଂଘର ବିରୋଧ କରୁଛି। ତୁରନ୍ତ ସରକାର ବିଜୁଳି କମ୍ପାନୀମାନଙ୍କ ଏହି ଶୋଷଣ ଓ ଜନବିରୋଧୀ ନୀତି ଉପରେ ହସ୍ତକ୍ଷେପ କରିବାକୁ ମହାସଂଘ ଦାବି କରିଛି। ବିଜୁଳି କମ୍ପାନୀଙ୍କ ଏହି ଖାଉଟି ମାରଣ ନୀତି ବିରୋଧରେ ସରକାର ଯଦି ନିରବ ରୁହନ୍ତି, ତା’ହେଲେ ଆଗାମୀ ଦିନରେ ଜନଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାଇ ଦିଆଯାଇଛି।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *

You may have missed