March 12, 2025
Home » କୃଷକ ମାନଙ୍କର ସ୍ଥାୟୀ କୃଷି, ଜୈବିକ ଓ ପ୍ରାକୃତିକ କୃଷି ଉପରେ ତାଲିମ ଶିବିର ଅନୁଷ୍ଠିତ l

କୃଷକ ମାନଙ୍କର ସ୍ଥାୟୀ କୃଷି, ଜୈବିକ ଓ ପ୍ରାକୃତିକ କୃଷି ଉପରେ ତାଲିମ ଶିବିର ଅନୁଷ୍ଠିତ l

0

ସୁବର୍ଣ୍ଣପୁର —ବୌଦ୍ଧ ପlଳଝlର ସ୍ଥିତ କୃଷିବିଜ୍ଞାନ କେନ୍ଦ୍ର ପରିସରରେ ୱାଇ.ସି.ଡି.ଏ ବାଉଁଶୁଣୀ ଆୟୋଜନରେ ଟିକରପଡା ପଂଚାୟତର ପାରମ୍ପରିକ ଚାଷୀ ମାନଙ୍କୁ ସ୍ଥାୟୀ କୃଷି,ଜୈବିକ ଓ ପ୍ରାକୃତିକ କୃଷି ଉପରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ପ୍ରଶିକ୍ଷକ ଭାବେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ସଂଯୋଜକ ତପନ କୁମାର ଦାସ, କୃଷି ବିଜ୍ଞାନୀ ଡା. ମୟୂରୀ ସିଂ ସର୍ଦାର ଓ ଡା.ସମାପିକା ଦଳାଇ ତାଲିମ ପ୍ରଦାନ କରିଥିଲେ l ଏଥିରେ ରାସାୟନିକ ସାର ଓ କୀଟନାଶକ ଔଷଧ ବ୍ୟବହାର ନ କରି କେମିତି ନିଜେ ଦେଶି ଗାଈ ଗୋବର ଓ ଗୋ ମୂତ୍ର ରେ ହାଣ୍ଡି ଖତ, ଯିବା ମୂତ୍ର , ବିଜା ମୂତ୍ର , ଅମୃତ ପାଣି ପ୍ରସ୍ତୁତ କରି କମ ଖର୍ଚ୍ଚରେ ବିଷ ମୁକ୍ତ ଖାଦ୍ୟ ଶସ୍ୟ ଓ ପନିପରିବା ଚାଷ କରି ଅଧିକ ଲାଭବାନ ହୋଇପାରିବ ବୋଲି କହିଥିଲେ l ତାଲିମ ନେଉଥିବା ଚାଷୀ ମାନେ ନିଜେ ହାତରେ ପ୍ରସ୍ତୁତ କରିବା ଶିଖି ଖୁସି ବ୍ୟକ୍ତ ହୋଇଥିଲେ l ଏଥିରେ ୱାଇ ସି ଡି ଏ ସ୍ବେଛାସେବୀ ଅନୁଷ୍ଠାନର କର୍ମଚାରୀ ବିରାଜ କୁମାର ପ୍ରଧାନ ଓ କୃଷି ବିଜ୍ଞାନ କେନ୍ଦ୍ରର କର୍ମଚାରୀ ତ୍ରିନାଥ ସାହୁ ପ୍ରମୁଖ ସହଯୋଗ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *