July 6, 2025
Home » ରାଜ୍ୟସ୍ତରରେ ଗାଁସାଥୀ ସଂଘଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଦାବୀ ଉଠିଛି !

ରାଜ୍ୟସ୍ତରରେ ଗାଁସାଥୀ ସଂଘଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଦାବୀ ଉଠିଛି !

0
WhatsApp Image 2024-12-26 at 9.52.22 PM

ଗାଁ ସାଥୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ନେଇ ରାଜ୍ୟ ଗାଁସାଥୀ (ମେଟ୍‌) ସଂଘ ମିଳିତି କ୍ରିୟାନୁଷ୍ଠାନ କମିଟୀ ପକ୍ଷରୁ ଦାବୀ ହୋଇଛି ।
ଏନେଇ ଥିବା ସରକାରଙ୍କ ପୂର୍ବ ପ୍ରତିଶୃତି ପୂରଣ କରିବା ଆବଶ୍ୟକତା ରହିଥିବା ରାଜ୍ୟ ସଂଘର ସଭାପତି ଲକ୍ଷ୍ମୀଧର ବିଶ୍ୱାଳ ମଙ୍ଗଳବାର ଛତ୍ରପୁର ଠାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ।
ଯୋଗ୍ୟତା ଅନୁସାରେ ଗାଁ ସାଥୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ମାସିତ ପ୍ରୋତ୍ସାହନର ବ୍ୟବସ୍ଥା କରିବା ଲାଗି ରାଜ୍ୟ କର୍ମଶାଳାରେ ଦାବି ହୋଇଥିଲା । ଏନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ଏକ ସ୍ମାରକପତ୍ର ପତ୍ର ପଠାଯାଇଥିବା କୁହାଯାଇଛି ବୋଲି ସଂଘର ସାଧାରଣ ସମ୍ପାଦକ ବିବେକାନନ୍ଦ ଠାକୁର ସୂଚନା ଦେଇଥିଲେ । ଗଞ୍ଜାମ ଜିଲ୍ଲାରେ ଥିବା ଗାଁସାଥୀମାନଙ୍କୁ ହତାଦାର କରି ବେନିୟମ ଭାବେ ଗାଁସାଥି ନିଯୁକ୍ତ କରି ସେମାନଙ୍କ ଜରିଆରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ କରାଯାଉଛି । ଏହାକୁ ବନ୍ଦ ନକଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଗଞ୍ଜାମଜିଲ୍ଲା ସଂଯୋଜକ ହେମନ୍ତ ନାହକ କହିଛନ୍ତି । ଗାଁସାଥୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି, ହାଇକୋର୍ଟ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା, ସମାନ କାମକୁ ସମାନ ଦରମା ପ୍ରଦାନ କରିବା, ମାସିକ ପ୍ରୋତ୍ସାହାନ ରାଶୀ ସମ୍ବନ୍ଧରେ ତୁରନ୍ତ ଆଲୋଚନା କରିବା ଆଦି ଦିଗରେ ଧ୍ୟାନ ଦେବା ସାଂଗକୁ ଗାଁସାଥିଙ୍କୁ ବୟସ ସୀମାରେ କୋହଳ କରି ବିଭିନ୍ନ ବିଭାଗରେ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦେବା ଏବଂ ନଭେମ୍ବର ମାସରେ ସରକାରଙ୍କ ଦ୍ୱାରା ଏଥିପାଇଁ ଦିଆଯାଇଥିବା ପ୍ରତିଶୃତି କୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ଠାରେ ଦାଵୀ ହୋଇଛି । ଆହୁରି କୁହାଯାଇଛି ଯେ’ ଗଞ୍ଜାମ ଜିଲ୍ଲା ପାଇଁ ଏକ ସଂଯୋଜନା କମିଟି ଗଠନ ହୋଇଛି । କମିଟି ର ଆବାହକ ଭାବେ ଜନକ ମହାରଣା, ସଂଯୋଜକ ଭାବେ ହେମନ୍ତ ନାହକ ଓ ଉପଦେଷ୍ଟା ମଣ୍ଡଳୀ ଭାବେ ଓକିଲ ଗିରୀଶଚନ୍ଦ୍ର ଶତପଥି, ନିକୁଞ୍ଜ ମହାରଣା, ଯୁଧିଷ୍ଠିର ରେଡ୍ଡୀ, ଦଣ୍ଡପାଣି ଦାସ, ମନୋଜ ଆଚାର୍ଯ୍ୟ, ବିଦ୍ୟାଧର ପ୍ରଧାନ ଓ ସଂଜୟ କାମ୍ପଙ୍କୁ ମନୋନୀତ କରାଯାଇଛି । ଉକ୍ତ ପ୍ରମୁଖ ଦାବୀ ପୂରଣ ଦିଗରେ ସରକାର ଖୁବ୍ ଶୀଘ୍ର ଘୋଷଣା ନ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି ) ।

Leave a Reply

Your email address will not be published. Required fields are marked *