March 12, 2025
Home » ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

0

ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଫସଲ କ୍ଷୟକ୍ଷତି ପରଖିବାକୁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ବିଲକୁ ଓହ୍ଲାଇ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ମୁଖ୍ୟ ମନ୍ତ୍ରୀ । ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବାବେଳେ ଗ୍ରାଉଣ୍ଡ ଜିରୋରେ ଚାଷୀମାନଙ୍କ ସହ ଜମିକୁ ଯାଇ ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୋହନଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ । ଅଦିନିଆ ବର୍ଷାରେ ଜିଲ୍ଲାର ଗୋଷାଣୀ ବ୍ଲକରେ ସର୍ବଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେହି ଅଞ୍ଚଳ ବୁଲି ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୋଷାଣୀ ବ୍ଲକର ଗୁରାଣ୍ଡି, ଲିଙ୍ଗିପୁର, ଉପଲଡା ଅଞ୍ଚଳକୁ ଗସ୍ତ କରିବା ସମୟରେ , ରାସ୍ତାରେ ଗଜା ହୋଇଯାଇଥିବା ଧାନ ଓ ପାଣିରେ ଭିଜି ନଷ୍ଟ ହୋଇଥିବା ଧାନ ରଖି ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଦୁଃଖ ଜଣାଇ ଥିଲେ ଚାଷୀ । ତେବେ ସେମାନଙ୍କ ଗୁହାରି ଜଣାଇବା ପାଇଁ ବହୁ ସଂଖ୍ୟକ ଚାଷୀ ଅପେକ୍ଷା କରି ରହିଥିଲେ ସୁଦ୍ଧା ନିଦ୍ଧିଷ୍ଟ ସମୟ ମଧ୍ୟରେ କିଛି ଚାଷୀଙ୍କ ସହ ଆଲୋଚନା କରିଥିଲେ , ମୁଖ୍ୟ ମନ୍ତ୍ରୀଙ୍କ ଗ୍ରସ୍ତ ପରେ କ୍ଷତି ପୁରଣ ବାବଦକୁ ସେମାନଙ୍କ ଉପଯୁକ୍ତ ପ୍ରାପ୍ୟ ପାଇବେ ବୋଲି ଆଶା ରଖିଛନ୍ତି ଚାଷୀକୁଳ , ତେବେ ସରକାରଙ୍କ ଘୋଷଣା କୁ ଅପେକ୍ଷା ରହିଛି ।

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *