ଗାଡି ଧକ୍କାରେ ସଫେଇ କର୍ମଚାରୀ ଗୁରୁତର:ଚିକିତ୍ସାରେ ବିଳମ୍ବ ପାଇଁ ହୋହାଲ୍ଲା

ଭୁବନେଶ୍ୱର: ଆଜି ଭୋର ୫ଟା ୩୦ ମିନିଟ୍ ସମୟରେ ସ୍ଥାନୀୟ ଏଜି ଛକରେ ଏକ ଗାଡି ଧକ୍କାରେ ଜଣେ ସଫେଇ କର୍ମଚାରୀଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ସଙ୍ଗେ ସଙ୍ଗେ ତାଙ୍କ ସହ ସଫେଇ କାର୍ଯ୍ୟକରୁଥିବା ଅନ୍ୟ କର୍ମଚାରୀ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଯାଇଥିଲେ। ଗୁରୁତର ସଫେଇ କର୍ମଚାରୀ ଜଣଙ୍କ ହେଲେ ସୁରେଶ ନାଏକ। ଏହି ଖବର ଜାଣିବା ପରେ ଅନ୍ୟ ସଫେଇ କର୍ମଚାରୀମାନେ କ୍ୟାପିଟାଲ ହସ୍ପିଟାଲରେ ପହଂଚି ଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଜରୁରୀକାଳିନ ସେବା ଦାୟୀତ୍ୱରେ ଥିବା ଡାକ୍ତରମାନେ ତାଙ୍କୁ ଚିକିତ୍ସା ନକରିବାରୁ ସଫେଇ କର୍ମଚାରୀମାନେ ଉତେଜିତ ହୋଇ ହୋହାଲ୍ଳା କରିିଥିଲେ।
ତେବେ ଏ ସମ୍ପର୍କରେ ବିଏମ୍ସିର ଆଡିସ୍ନାଲ୍ କମିଶନର ଶ୍ରୀ ମନୋରଂଜନ ସାହୁ ଘଟଣାସ୍ଥଳରେ ପହଂଚିବା ପରେ ତୁରନ୍ତ ତାଙ୍କର ଚିକିତ୍ସା କରାଯାଇଥିଲା। ଭୁବନେଶ୍ୱର ମହାନଗର ନିଗମର ସଫେଇ ଦାୟୀତ୍ୱ ଜାଗୃତିନାମକ ସଂଗଠନକୁ ଦିଆଯାଇଛି। ତେବେ ଭୋର ସମୟରେ ରାସ୍ତା ଫାଙ୍କା ଥିବାରୁ ଗାଡିଟି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ସଫେଇ କର୍ମଚାରୀ ସଂଘ ନେତା ସହଦେବ ନାଏକ, ସୁପରଭାଇଜର କୁନ୍ଦନ ବାରିକ, ଟୁନା ନାଏକ ପ୍ରମୁଖ ଉପସ୍ଥିତ ଥିଲେ। କର୍ମଚାରୀ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ରି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡିର ଚିହ୍ନଟ ପାଇଁ ସିସିଟିଭି ଯାଂଚ କରାଗଲେ ପ୍ରକୃତ ରହସ୍ୟ ଜଣାପଡିବ ତେବେ ଆହାତ ବ୍ୟକ୍ତି ଜଣଙ୍କ ସ୍ଥାନୀୟ ୬ନଂମ୍ବର ଝରଣା ଗଳିର ବୋଲି କୁହାଯାଇଛି।
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )