ସଡ଼କ ସୁରକ୍ଷା ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭlରମ୍ଭ କଲେ ରାୟଗଡ଼ା ଜିଲ୍ଲାପାଳ

ଜନସାଧାରଣଙ୍କୁ ସେମାନଙ୍କର ଦାୟିତ୍ଵ ବିଷୟରେ ସଚେତନ ଜାଗୃତ କରିବା ସହ ସଡକ ସୁରକ୍ଷା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ସଡ଼କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ସପ୍ତାହ ବ୍ୟାପୀ ସଚେତନ ଅଭିଯାନର ଆୟୋଜନ କରାଯାଉଛି। ଏଣୁ ଚଳିତ ମାସ ଜାନୁଆରୀ ୦୧-୦୭,୨୦୨୫ ପର୍ଯ୍ୟନ୍ତ ଓଡିଶା ରାଜ୍ୟରେ ସଡକ ସୁରକ୍ଷା ସପ୍ତାହ ପାଳନ କରିବା ଅବସରରେ ବୁଧୁବାର ଦିନ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସକାଳ ୧୦. ୩୦ମିନିଟ ସମୟରେ ରାୟଗଡ ଜିଲ୍ଲାପାଳ ପାରୁଲ ପଟୱାରି ସଡ଼କ ସୁରକ୍ଷା ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭlରମ୍ଭ କରିଛନ୍ତି ।ସଡ଼କ ସୁରକ୍ଷା ସଚେତନତା ରଥ ଶୁଭlରମ୍ଭ ଅବସରରେ ରାୟଗଡ଼ା ଆର୍ଟିଓ କହିଛନ୍ତି ଯେ,ସରକାରୀ ନିର୍ଦ୍ଦେଶନା କ୍ରମେ ପ୍ରଥମେ ସପ୍ତାହ ଚାଲିବ । ପରବର୍ତ୍ତୀ ସମୟରେ ମାସ ଯାକ ପାଇଁ ନିର୍ଦ୍ଦେଶ ଆସିଲେ ଚାଲିବ । ଜାନୁଆରୀ ୩୧ ପର୍ଯ୍ୟନ୍ତ ବିଭିନ୍ନ ଜାଗାରେ ଏନଫର୍ସମେଣ୍ଟ, ସଚେତନତା କାର୍ଯ୍ୟକ୍ରମ,ଚକ୍ଷୁ ଶିବିର କାର୍ଯ୍ୟକ୍ରମ,ପଥପ୍ରାନ୍ତ ନାଟକ ଭଳି ଜିଲ୍ଲାରେ ପ୍ରଦର୍ଶନ କରାଯିବ । ରଥଟି ନାଟ୍ୟ ରୂପାନ୍ତର ଆକାରରେ ବିଭିନ୍ନ ସ୍ଥାନରେ ଯେପରିକି ହାଟରେ ,ଜନ ଗହଳି ସ୍ଥାନରେ ପ୍ରଦର୍ଶନୀ ହେବ । ସେ ଆହୁରି କହିଥିଲେ ଯେ ,ଖୁସିର କଥା ଜିଲ୍ଲାରେ ୨୦୨୩ରେ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୨୦ ରହିଥିବା ବେଳେ ଡିସେମ୍ବର ୩୧,୨୦୨୪ ସୁଦ୍ଧା ୧୧୯ ରହିଥିବା ବେଳେ ବ୍ଲାକ ସ୍ପଟ୍ ୧୧ ରୁ ୭ କୁ ହ୍ରାସ ପାଇଛି ।ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶିବ ଶଙ୍କର ଚୌଧୁରୀ ଙ୍କ ତତ୍ୱାବଧାନରେ ଜିଲ୍ଲାରେ ଜିଲ୍ଲା ପୋଲିସ ଓ ପରିବହନ ବିଭାଗୀୟ ଅଧିକାରୀଙ୍କ ମିଳିତ ଭାବେ ବିଭିନ୍ନ ସ୍ଥାନରେ କଡାକଡି ଯାଞ୍ଚ କରାଯିବ l ସାଧାରଣତଃ କିଛି ବେଖାତିର ଭାବେ ଲୋକେ ଯେପରିକି ମଦ୍ୟପାନ କରି ଗାଡି ଚଳାଇବା,ଗାଡି ଚଳାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର,ଡ୍ରାଇଭର ମୋବାଇଲରେ କଥାବାର୍ତ୍ତା କରିବାରେ ବ୍ୟସ୍ତ ରହିବା, ଭଳି ସାଂଘାତିକ ପରିସ୍ଥିତିରେ ଦୁର୍ଘଟଣା ଘଟିଥାଏ। ଏଥିସହ ଟାୟାର ଫାଟିଯିବା, ବ୍ରେକ ଫେଲ ଏବଂ ଇଞ୍ଜିନ ସମସ୍ୟା ମଧ୍ୟ କେତେକ ମୁଖ୍ୟ କାରଣ ଅଟେ ଯେଉଁଥିରେ ଯାନବାହାନ ନିୟନ୍ତ୍ରଣ ବାହାରକୁ ଯାଇ ଦୁର୍ଘଟଣା ଘଟାଇଥାଏ । ଯାନକୁ ସଠିକ୍ ତେଲ(ଗ୍ରିସିଂ) ଏବଂ ରକ୍ଷଣାବେକ୍ଷଣ କରିବା ନିହାତି ଜରୁରୀ ଅଟେ ।
ସଡକ ସୁରକ୍ଷା ସପ୍ତାହର ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ମୁଖ୍ୟ ଉଦ୍ଦେଶ୍ୟ ହେଲା ସଡକ ସୁରକ୍ଷା ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଲୋକଙ୍କୁ ଟ୍ରାଫିକ ନିୟମାବଳୀ ପାଳନ କରିବାକୁ ଉତ୍ସାହିତ କରିବା । ଏହି ସପ୍ତାହ ସାରା ହେଲମେଟ ବ୍ୟବହାର, ଦ୍ରୁତ ଗତିରେ ନଚଳାଇବା, ବିନା ଲାଇସେନ୍ସରେ ନଚଲାଇବା,କମ ବୟସ ପିଲାଙ୍କୁ ଗାଡ଼ି ନଚଳାଇବା ପାଇଁ ସଚେତନତା କରିବା,ସଡକ ସୁରକ୍ଷା ରାଲି,ରୋଡ୍ ଶୋ, ଚକ୍ଷୁ ପରୀକ୍ଷା,ରଙ୍ଗୋଲି ପ୍ରତିଯୋଗିତା ,କୁଇଜ୍ ପ୍ରତିଯୋଗିତା, ସଡ଼କ ସୁରକ୍ଷା ଜନିତ ପୋଷ୍ଟର, ଅତ୍ୟଧିକ ଗତିରୁ ଦୂରେଇ ରୁହନ୍ତୁ – ଦୁର୍ଘଟଣାକୁ ରୋକନ୍ତୁ” ବିଷୟବସ୍ତୁ, କର୍ମଶାଳା, ସଚେତନତା ଡ୍ରାଇଭ୍, ସେମିନାର ଏବଂ ଟ୍ରକ୍ ଡ୍ରାଇଭରମାନଙ୍କ ପାଇଁ ମାଗଣା ଥକ୍କା ଯାଞ୍ଚ ଭଳି ଅନେକ କାର୍ଯ୍ୟକଳାପ ଦ୍ୱାରା ଚିହ୍ନିତ ହୋଇ ଚାଲିବ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସ୍ଲୋଗାନ, କ୍ଵିଜ ଓ ଚିତ୍ରlଙ୍କନ ପ୍ରତିଯୋଗିତା ଆୟୋଜନ କରାଯିବ । କୃତୀ ପ୍ରତିଯୋଗୀ ମନଙ୍କୁ ଜିଲ୍ଲାସ୍ତରରେ ଓ ରାଜ୍ୟ ସ୍ତରରେ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ l ଜିଲ୍ଲାରେ ବସ ମାଲିକ ସଙ୍ଘ, ଟ୍ରକ ମାଲିକ ସଙ୍ଘ,ଅଟୋ ଆସୋସିଏସନ, ଡ୍ରାଇଭର ମହାସଂଘକୁ ସାମିଲ କରି ସଚେତନ କାର୍ଯ୍ୟକ୍ରମ କରାଯିବ ।
ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମେତ ଏଡିଏମ୍, ପିଡି ୱାଟେର ସେଡ,ସିଦିଭିଓ, ଡିଆଇପିଆରଓ, ଟ୍ରକ ଓ ବସ୍ ୟୁନିଅନ ସଭାପତି ଓ ସମ୍ପାଦକ, ଅଧ୍ୟକ୍ଷା ରାୟଗଡ ମହାବିଦ୍ୟାଳୟ,, ସିଡ଼ିଏମ୍ଓ,ଏମଭିଆଇ, ଡିଏସଓ,ରାୟଗଡ଼ା ବିଡିଓ,ରାସ୍ତା ଓ କୋଠା ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ, ଏନସିସି ଛାତ୍ରଛାତ୍ରୀ,ବିଭାଗୀୟ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।
ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )