July 1, 2025
Home » ଦେବଗଡ ଜ଼ିଲ୍ଲା ୩୨ ତମ ପ୍ରତିଷ୍ଠା ଦିବସ ପାଳିତ।

ଦେବଗଡ ଜ଼ିଲ୍ଲା ୩୨ ତମ ପ୍ରତିଷ୍ଠା ଦିବସ ପାଳିତ।

0
WhatsApp Image 2025-01-01 at 5.22.24 PM

ଦେବଗଡ଼ :ଜ଼ିଲ୍ଲା ପ୍ରଶାସନ ତଥା ଜ଼ିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ୩୨ ତମ ଜ଼ିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଉପଲକ୍ଷେ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଅଧ୍ୟକ୍ଷ ଜ଼ିଲ୍ଲାପରିଷଦ କୌଶିକ କୁମାର ପ୍ରଧାନ, ଅଧକ୍ଷା ପୌରପରିଷଦ ଶାନ୍ତି ମଞ୍ଜରୀ ଦେଇ, ଉପାଧକ୍ଷ ପୌରପରିଷଦ ପ୍ରଜିତ କୁମାର ଭୋଜ ଯୋଗଦେଇ ଜ଼ିଲ୍ଲା ପ୍ରତିଷ୍ଠା ଦିବସ ପାଳନ ଓଡିଶା ବରପୁତ୍ର ବିଜୁପଟ୍ଟନାୟକ ଓ ପୂର୍ବତନ ବିଧାୟକ ପ୍ରଦୀପ୍ତ ଗଙ୍ଗଦେବ ଙ୍କ ଫଟୋ ଚିତ୍ର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ, ଉପ ଜ଼ିଲ୍ଲାପାଳ ପରକ୍ଷିତ ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌରପରିଷଦ କୃପାସିନ୍ଧୁ ସ୍ୱାଇଁ, ଭାରପ୍ରାପ୍ତ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ମନୋରଞ୍ଜନ ସୂତାର, ଆଇନଜୀବି ମନୋଜ ପାଢ଼ୀ, ବରିଷ୍ଠ ନାଗରିକ ପ୍ରଫୁଲ ମହାପାତ୍ର, ନିରଞ୍ଜନ ଦ୍ବିବେଦୀ, ଡ. ରାମଚନ୍ଦ୍ର ମହାପାତ୍ର, ସୁଧୀର କପରଦାର, ହେମନ୍ତ ମହାପାତ୍ର, ନାଟ୍ୟକାର ମାର୍କଣ୍ଡେଶ୍ୱର ଶତପଥି, ସାମ୍ବାଦିକ ମିତ୍ରଭାନୁ ମହାପାତ୍ର, ଅଧ୍ୟାପକ ଚିତ୍ତରଞ୍ଜନ ଦାସ, ଭାରତ ଭୂଷଣ ନନ୍ଦ, ଏସ ଏ ଜି ମହିଳା ଓ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତି ଥିଲେ।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *