ଖୋର୍ଦ୍ଧାରୋଡରେ ନବୀକରଣ ଯୋଗ୍ୟ ଜଳ ବିଶୋଧନ କେନ୍ଦ୍ର।
ରେଲୱେ ଲୋକୋ କଲୋନୀ ଅଞ୍ଚଳରୁ ହେଉଥିବା ଜଳ ନିଷ୍କାସନକୁ ଉପଯୋଗ କରାଯାଇ, ଖୋର୍ଦ୍ଧାରୋଡ ରେଳ ଷ୍ଟେସନରେ ପ୍ଲାଟଫର୍ମ ସଫା କରିବା ପାଇଁ ଏବଂ ପାଖରେ ଥିବା ଉଦ୍ୟାନରେ ପାଣି ବ୍ୟବହାର କରାଯିବ।
ଖୋର୍ଦ୍ଧାରୋଡର ଲୋକୋ କଲୋନୀରେ ନବୀକରଣ ଯୋଗ୍ୟ ଜଳବିଶୋଧନ ପ୍ଲାଣ୍ଟ କୁ ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍. ବାଜୱା,ଉଦ୍ଘାଟନ କରିଛନ୍ତି। ଏହି ରିସାଇକ୍ଲିଂ ପ୍ଲାଣ୍ଟ ଦ୍ୱାରା ରେଲୱେ ଲୋକୋ କଲୋନୀ ଏବଂ ନିକଟବର୍ତ୍ତୀ ଅଞ୍ଚଳର ନିର୍ଗତ ହେଉଥିବା ଦୂଷିତ ଜଳକୁ ପୁନବ୍ୟବହାର ଉପଯୋଗି କରାଯାଇ,ଟ୍ୟାଙ୍କରେ ଜଳ ସଂଗ୍ରହ କରାଯିବ ଏବଂ ପରେ ପାଇପ ମାଧ୍ୟମରେ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନକୁ ପରିବହନ କରାଯିବ। ଏହି ପାଣି ଷ୍ଟେସନର ପ୍ଲାଟଫର୍ମ ସଫା କରିବା ପାଇଁ ଏବଂ ପାଖରେ ଥିବା ଉଦ୍ୟାନରେ ବ୍ୟବହାର କରାଯିବ।
ଏହି ଜଳବିଶୋଧନ ପ୍ଲାଣ୍ଟ ପ୍ରତିଦିନ ୫ ଲକ୍ଷ ଲିଟର ପାଣି ରିସାଇକ୍ଲିଂ କରିପାରିବ। ପୁନଃ ବ୍ୟବହାରକାରୀ ଜଳ ପରିବେଶ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ କାରଣ ଏହା ସତେଜ ଜଳ ଯୋଗାଣ ଉପରେ ନିର୍ଭରଶୀଳତାକୁ ହ୍ରାସ କରିଥାଏ ଏବଂ ପରିବେଶରେ ନିର୍ଗତ ବର୍ଜ୍ୟଜଳର ପରିମାଣକୁ ଆହୁରି ହ୍ରାସ କରିଥାଏ। ପୁରାତନ ରିସାଇକ୍ଲିଂ ପ୍ଲାଣ୍ଟରେ ନୂତନ ମୋଟର ଏବଂ ଯନ୍ତ୍ରପାତି ଲଗାଯାଇଛି।ଦୂଷିତ ଜଳରୁ କାଦୁଅ ସଂଗ୍ରହ କରିବା ବ୍ୟବସ୍ଥା କରାଯାଇଛି,ଯାହା ପରବର୍ତୀ ସମୟରେ ସାର ଭାବରେ ବ୍ୟବହାର କରାଯାଇ ଅଞ୍ଚଳର ମାଟିର ଉର୍ବରତାକୁ ଉନ୍ନତ କରାଯାଇପାରିବ।
ରିସାଇକ୍ଲିଂ ପ୍ଲାଣ୍ଟର ସଞ୍ଚାର କ୍ଷେତ୍ରକୁ ଏକ ଉଦ୍ୟାନରେ ବିକଶିତ କରାଯାଇଛି। ଏହି ଅବସରରେ, ମଣ୍ଡଳ ରେଳ ପ୍ରବନ୍ଧକ,ଶ୍ରୀ ଏଚ୍.ଏସ୍.ବାଜୱା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍),ଶ୍ରୀ ପି.କେ.ବେହେରା ଏଵଂ ଅନ୍ୟ ଶାଖା ଅଧିକାରିଙ୍କ ଦ୍ୱାରା ଏହି ଉଦ୍ୟାନରେ ଚାରା ରୋପଣ କରାଯାଇଥିଲା। ଏହି ନବୀକରଣ ଯୋଗ୍ୟ ଜଳବିଶୋଧନ କେନ୍ଦ୍ର, ଶ୍ରୀ ଲିଙ୍ଗରାଜ ତ୍ରିପାଠୀ,ଖୋର୍ଦ୍ଧାରୋଡ ର ବରିଷ୍ଠ ମଣ୍ଡଳ ମେକାନିକାଲ୍ ଇଞ୍ଜିନୟର୍ ଏଵଂ ଶ୍ରୀମତୀ ସ୍ଵାଧୀନତା ଦାସ୍ ଙ୍କ ନେତୃତ୍ଵ ରେ, ଖୋର୍ଦ୍ଧାରୋଡ ମେକାନିକାଲ୍ ବିଭାଗର, ଏନଭାୟାରମେଣ୍ଟାଲ ହାଉସକିପିଂ ମ୍ୟାନେଜମେଣ୍ଟ (ଇ.ଏନ୍.ଏଚ.ଏମ) ଟିମ୍ ଦ୍ୱାରା ନିଆଯାଇଥିବା ଏକ ପଦକ୍ଷେପ।