July 28, 2025
Home » ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସ ପାଳିତ

ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସ ପାଳିତ

0
WhatsApp Image 2025-01-09 at 8.45.42 PM (1)

ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି। ପ୍ରବାସୀ ଭାରତୀୟ ଦିବସର ଦ୍ଵିତୀୟ ଦିବସରେ ମହାବିଦ୍ୟାଳୟରେ କୁଇଜ୍ ପ୍ରତିଯୋଗିତା, ୱାକାଥନ୍ ଏବଂ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ବବିଲତା ସରାଫଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଯୋଜିକା ଡ. ସରସ୍ଵତୀ ରାୟ ଏବଂ ମୁଖ୍ୟ ବକ୍ତା ଭାବରେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଡ. ପି. ଅରୁଣ କୁମାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଡ. ଅରୁଣ କୁମାର ତାଙ୍କ ଅଭିଭାଷଣ ପ୍ରଦାନ କରି ଭାରତର ବିକାଶ ଦିଗରେ ପ୍ରବାସୀ ଭାରତୀୟଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଭବେଶ ମହାନ୍ତି, ଏମ ଶ୍ରୀନିବାସ ଆଚାରି, ଉଦୟ ନାୟକ , ଅଧ୍ୟାପିକା କେ. କେ ଜାନୀ, ତୃପ୍ତୀମୟୀ ଭୋଇ , ପି ବିନୟକୁମାର ସହ ଅନ୍ୟମାନେ ସାହାଯ୍ୟ କରିଥିଲେ ।

ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *