July 5, 2025
Home » ରାସ୍ତା ଅବସ୍ଥା ଶୋଚନୀୟ, ଯାତାୟାତ ରେ ଅସୁବିଧା l

ରାସ୍ତା ଅବସ୍ଥା ଶୋଚନୀୟ, ଯାତାୟାତ ରେ ଅସୁବିଧା l

0
WhatsApp Image 2025-01-14 at 1.27.43 PM

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଜନମୁରା ଗ୍ରାମ ପଞ୍ଚାୟତ ଅଫିସ୍ ଛକରୁ ଗତରକେଲା ଯାଇଥିବା ପ୍ରାରମ୍ଭରେ ୧ କି.ମି ରାସ୍ତା ମରାମତି ଅଭାବରୁ ମରଣଯନ୍ତା ପାଲଟିଛି । ଏହି ରାସ୍ତା ଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ରାସ୍ତା ଅଟେ। ରାସ୍ତା ଉପରେ ବଡ଼ ବଡ଼ ଗର୍ତ୍ତ ମାନ ଥିବାରୁ ଲୋକମାନେ ଯାତାୟାତ ରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏଥିସହ ରାସ୍ତା କଡ଼ରେ ଅନାବନା ଗଛ ଯୋଗୁଁ ରାସ୍ତା ସଂକୀର୍ଣ୍ଣ ହୋଇ ବାରମ୍ୱାର ଛୋଟବଡ ଦୁର୍ଘଟଣା ଘଟୁଛି। ଏହି ରାସ୍ତା ଦେଇ ଓଡିଶା ଆଦର୍ଶ ବିଦ୍ୟାଳୟ, ବିଶ୍ୱ ଭାରତୀୟ ଚିନ୍ତନ ଶିକ୍ଷା ନିକେତନ, ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ସମେତ ଵହୁଗୁଡିଏ ଶିକ୍ଷାନୁଷ୍ଠାନ ରହିଥିବା ଯୋଗୁଁ ଦୈନନ୍ଦିନ ସ୍କୁଲ କଲେଜ ଛାତ୍ରଛାତ୍ରୀ ଯିବା ଆସିବା କରିଥାନ୍ତି। ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା ମରାମତି କରିବା ସହ ରାସ୍ତା କଡ଼ରୁ ଅନାବନା ଗଛ ପରିଷ୍କାର କରିବା ପାଇଁ ଜନସାଧାରଣରେ ଦାବି ହେଉଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *