ପାରାଦୀପ କଲେଜ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପୂର୍ବରୁ ବିଭ୍ରାଟ, କଳା ଦିବସ ପାଳନ କରିବ ଛାତ୍ର କଂଗ୍ରେସ।

ପାରାଦୀପ- ୨୦୨୫ ମସିହାରେ ପାରାଦୀପ କଲେଜ ତାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିବା ନିମନ୍ତେ କଲେଜ କତ୍ତୃପକ୍ଷ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିଲେ। ପୁରାତନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗୋଟିଏ ସଙ୍ଗଠନ ଗଠିତ ହୋଇଥିଲା। ଏହାର ସଭାପତି ଭାବେ ଶ୍ରୀ ବସନ୍ତ କୁମାର ବିଶ୍ୱାଳ ମନୋନୀତ ହୋଇଛନ୍ତି। ଅପରପକ୍ଷରେ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଅତିଥି ଚୟନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ଆଲୋଚନା ସାର୍ବଜନୀନ ନ ହୋଇ।,ଏକ ନିଦ୍ଧିଷ୍ଟ ଗୋଷ୍ଠୀ ଦ୍ୱାରା ନିଦ୍ଧିଷ୍ଟ ଦଳର କର୍ମକର୍ତ୍ତା ମାନଙ୍କୁ ନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଯାହାକୁ ଅନେକ ପୁରାତନ ଛାତ୍ରଛାତ୍ରୀ ମାନେ ବିରୋଧ କରିଛନ୍ତି।
ଏଣୁ ବୁଧବାର ମଧ୍ୟାହ୍ନରେ କିଛି ପୁରାତନ ଛାତ୍ର କଲେଜ ଅଧ୍ୟକ୍ଷ ଶ୍ରୀମତୀ ସସ୍ମିତା ଶତପଥୀଙ୍କୁ ସାକ୍ଷାତ କରି ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ।କିନ୍ତୁ କଲେଜ ଅଧ୍ୟକ୍ଷ କହିଛନ୍ତି ଯେ ପୂର୍ବରୁ ଶାସକ ଦଳ ତଥା ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ସବୁ ବର୍ଷ ବର୍ଷିକ ଉତ୍ସବ ପାଳନ ହୋଇଥାଏ ତେଣୁ ଚଳିତ ବର୍ଷ ସେମିତି ହେବ ବୋଲି କହିଥିଲେ।ଅଧ୍ୟକ୍ଷାଙ୍କ ସହିତ ଏକମତ ନ ହୋଇ ଅଭିଯୋଗ କରିବାକୁ ଆସିଥିବା ଛାତ୍ର ମାନେ କହିଛନ୍ତି ଯେ, ଯଦି ସବୁ ଦଳର କର୍ମକର୍ତ୍ତା ନ ଆସନ୍ତି ତେବେ ପାରାଦୀପ କଲେଜରେ ପାଳିତ ହେବାକୁ ଥିବା ୩ ଦିନିଆ ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ଛାତ୍ର କଂଗ୍ରେସ ପକ୍ଷରୁ କଳା ଦିବସ ଭାବେ ପାଳନ କରାଯିବ ଏବଂ ଉତ୍ସବକୁ ଆସୁଥିବା ସମସ୍ତ ଅତିଥି ମାନଙ୍କୁ କଳା ପତାକା ଦେଖାଇ ପ୍ରତିବାଦ କରାଯିବ। ଏପରିକି ରାଜ୍ୟପାଳ ଅତିଥି ହେଲେ ମଧ୍ୟ ଜୋରଦାର ପ୍ରତିବାଦ କରାଯିବ ଏବଂ ବିକ୍ଷୋଭ ଧର୍ମଘଟ ଡାକରା ଦିଆଯିବ ଏବଂ ଏଥିପାଇଁ କଲେଜ କତ୍ତୃପକ୍ଷ ଦାୟୀ କରିବେ ବୋଲି ଛାତ୍ର ମାନେ ଅଧ୍ୟକ୍ଷା ମହୋଦୟାଙ୍କୁ ରୋକଠୋକ ଶୁଣାଇ ଦେଇଛନ୍ତି।
କଲେଜ ସୁବର୍ଣ୍ଣ ଜୟନ୍ତୀକୁ ରାଜନୈତିକ ମଞ୍ଚ ନ କରିବା ପାଇଁ ପୂର୍ବତନ ଛାତ୍ର ସଂସଦ ସଭାପତି ଶ୍ରୀ କେଦାର ବିଶ୍ୱାଳଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଦୃଡ଼ ବିରୋଧ କରିଛନ୍ତି।