ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରେସ ରୁମ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେଲା ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ

ନୟାଗଡ଼:ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରେସ ରୁମ ଖୋଲିବା ପାଇଁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଜି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଭେଟି ସ୍ମାରକ ପତ୍ର ଦିଆଯାଇଛି । ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପ୍ରେସ ରୁମ ଥିବା ବେଳେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପ୍ରେସ ରୁମ ନାହିଁ।ଏଣୁ ନୟାଗଡ଼ ଜିଲ୍ଲାର ଗଣମାଧ୍ୟମ ଜିଲ୍ଲା ପ୍ରତିନିଧିମାନେ ସରକାରୀ ଖବର ସଂଗ୍ରହ କରିବା ଓ ପଠାଇବା ପାଇଁ ହଇରାଣ ହୋଇ ଆସୁଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଓ ସାମ୍ବାଦିକ ମାନଙ୍କ ମଧ୍ୟରେ ଖବର ଆଦାନ ପ୍ରଦାନର ସୁବିଧା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରେସ ରୁମ ଖୋଲିବା ପାଇଁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ବରେ, ଉପସଭାପତି ସୁବାସ ଚନ୍ଦ୍ର ମହାପାତ୍ର, ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ରଥ, ଅଫିସ ସମ୍ପାଦକ ପୁରୁଷୋତ୍ତମ ମହାପାତ୍ର, ଜୟେନ୍ଦ୍ର କୁମାର ବେହେରା, ଏମ ଆଉରଙ୍ଗ ଜେବ, କୋଷାଧ୍ୟକ୍ଷ ଗୋକୁଳ କୁମାର ଷଡଙ୍ଗୀ, ଯଯାତି କେଶରୀ ମହାପାତ୍ର, ରଞ୍ଜନ କୁମାର ବେହେରା,ପ୍ରଭାସିନୀ ନନ୍ଦ, ବିଭୁତି ପଟ୍ଟନାୟକ, ପ୍ରମୋଦ ନନ୍ଦ, ବିକ୍ରମ ସ୍ୱାଇଁ,ଦୀପକ କୁମାର ଦାସ ପ୍ରଭୃତିଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ପ୍ରେସ ରୁମ ଖୋଲିବା ପାଇଁ ସ୍ମାରକ ପତ୍ର ଦିଆଯାଇଛି । ଜିଲ୍ଲାପାଳ ଏନେଇ ଆଲୋଚନା କରି ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।