July 6, 2025
Home » ରେଡିଓ ଜୁହାର ର “ଆମ ଗୁରୁଜନ ଆମ ସ୍ୱାଭିମାନ ” କାର୍ଯ୍ୟକ୍ରମ

ରେଡିଓ ଜୁହାର ର “ଆମ ଗୁରୁଜନ ଆମ ସ୍ୱାଭିମାନ ” କାର୍ଯ୍ୟକ୍ରମ

0
WhatsApp Image 2025-01-20 at 12.49.09 PM

କେନ୍ଦୁଝର – ୨୦-୦୧-୨୦୨୫ କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଦଭାବନା ଦ୍ଵାରା ପରିଚାଳିତ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ଜୁହାର, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ତଥା କମ୍ୟୁନିଟି ରେଡିଓ ଆସୋସିଏସନ୍ ଦ୍ଵାରା ପ୍ରସ୍ତୁତ “ଅଟଳ ଭାୟୋ ଅଭ୍ୟୁଦୟ ଯୋଜନା ” ଉପରେ ଆଧାରିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରା ଯାଉଛି।

ବରିଷ୍ଠ ନାଗରିକ ମାନଙ୍କୁ ସେମାନଙ୍କ ନିମନ୍ତେ ଥିବା ବିଭିନ୍ନ ସରକାରୀ ଯୋଜନା ଗୁଡିକ ବିଷୟରେ ଅବଗତ କରାଇବା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ। ଏହି ପରିପ୍ରେକ୍ଷୀରେ ରେଡ଼ିଓ ଜୁହାର ତରଫରୁ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧୀୟ ସଚେତନତା ମୂଳକ ନାଟକ, ଲୋକଗୀତ,ପାଲା, ନ୍ୟାରୋକାଷ୍ଟିଂ ମାଧ୍ୟମ ରେ ଗୋଷ୍ଠିଗତ ଆଲୋଚନା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିପ୍ଳବ କେଶରୀ ସାମନ୍ତରାୟ ଓ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଚତୁର୍ଭୁଜ ହୋତା ଙ୍କ ସମେତ ଜିଲ୍ଲା ର ବୁଦ୍ଧିଜୀବୀ ତଥା ବରିଷ୍ଠ ନାଗରିକ ମାନଙ୍କ ବ୍ୟକ୍ତିଗତ ସାକ୍ଷାତକାର ଏହି ସଚେତନତା ଧର୍ମୀ କାର୍ଯ୍ୟକ୍ରମ କୁ ଆହୁରି ବଳିଷ୍ଠ କରିଛି।

ଏହି କାର୍ଯ୍ୟକ୍ରମ ମାଧ୍ୟମ ରେ ବରିଷ୍ଠ ନାଗରିକ ମାନଙ୍କର ସାମାଜିକ ନ୍ୟାୟ , ଆତ୍ମ ସ୍ବାଭିମାନ ଓ ସମ୍ମାନ ରକ୍ଷା କରିବାରେ ସହାୟକ ହେବ ବୋଲି ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସା ସାଉଁଟିଛି ରେଡିଓ ଜୁହାର ଟିମ୍।

Leave a Reply

Your email address will not be published. Required fields are marked *