July 27, 2025
Home » ମାଲକାନଗିରି ପୌର ପରିଷଦରେ ଭୀମ ଭୋଇ ଭିନ୍ନକ୍ଷମ ସମର୍ଥ୍ୟ ଶିବିର

ମାଲକାନଗିରି ପୌର ପରିଷଦରେ ଭୀମ ଭୋଇ ଭିନ୍ନକ୍ଷମ ସମର୍ଥ୍ୟ ଶିବିର

0
WhatsApp Image 2025-01-21 at 2.24.57 PM (1)

ମାଲକାନଗିରି ପୌର ପରିଷଦ ଦ୍ଵାରା ୨୦/୧/୨୫ ତାରିଖ ଆଜି ସ୍ଥାନୀୟ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଅନୁଷ୍ଠାନିକ ଭାବେ ପୌର ପରିଷଦ ମାଲକାନଗିରି ଅଧ୍ୟକ୍ଷ ମନୋଜ ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ଜ଼ିଲ୍ଲା ସ୍ୱାସ୍ଥ୍ୟ ସମିତିର ବିଭିନ୍ନ ବିଭାଗର ଡାକ୍ତର ଓ ବିଶେଷଜ୍ଞ ଯୋଗ ଦେଇଥିଲେ।

ଏହି ଶିବିରରେ ମୋଟ ୩୪୨ ଜଣ ଦିବ୍ୟାଙ୍ଗ ଯୋଗ ଦେଇଥିବା ବେଳେ ୨୬୭ ଦିବ୍ୟାଙ୍ଗ ପ୍ରମାଣ ପତ୍ର, ୧୦ ବସ୍ ପାସ୍, ଗୋଟିଏ ତିନି ଚକିଆ ସାଇକଲ ଓ ଗୋଟିଏ ହ୍ୱିଲ ଚେୟାର ପାଇଁ ଆବେଦନ କରିଥିଲେ। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ରେ ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି।

ଭାରପ୍ରାପ୍ତ ପୌର ପରିଷଦ ନିର୍ବାହୀ ଅଧିକାରୀ କେ ଅଶୋକ ଚକ୍ରବର୍ତ୍ତୀଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ବାଇଁ ଓ ସଦର ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୌର ପରିଷଦ ଉପାଧ୍ୟକ୍ଷ କବିତା ମହନ୍ତ, ଶିଶୁ ରୋଗ ବିଶେଷଜ୍ଞ ଡ଼ା ଏସ କେ ମିଶ୍ର, ଅସ୍ଥି ଶଲ୍ୟ ବିଶେଷଜ୍ଞ ଡ଼ା ସପନ କୁମାର ଡିଣ୍ଡା, ଚକ୍ଷୁ ବିଶେଷଜ୍ଞ ଡ଼ା ସଞ୍ଜୀବ କର, ଡା ଏମ ଏମ ହୁସେନ, ଡ଼ା ବାସନ୍ତୀ ହାଁସଦା, ଡ଼ା ରାଜୀବ ଲୋଚନ ପାଢ଼ୀ, ଡ଼ା ସମୀର ଗୋଲଦାର୍ ,ଆର ବି ଏସ କେ ମ୍ୟାନେଜର, ହରିବନ୍ଧୁ ଦେଶିଆନାୟକ,ଏସ ବି ଆଇ ଶାଖା ପରିଚାଳକ, ଅଜିତ କୁମାର ଆଚାର୍ଯ୍ୟ, ପୌର ପରିଷଦ ସାଂସଦ ପ୍ରତିନିଧି ବିଜୟ ମହାରଣା ଓ ବିଧାୟକ ପ୍ରତିନିଧି ରାହୁଲ ତାୱାରି ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ସାନିଟେଶନ ଏକ୍ସପର୍ଟ ଲିଙ୍ଗରାଜ ପାଳ ମଞ୍ଚ ପରିଚାଳନା କରିଥିଲେ। ଶିବିର ଆୟୋଜନ କରିବାରେ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଅରୋବିନ୍ଦ ବିଶ୍ୱାସ, କମ୍ୟୁନିଟି ଓରଗାନାଇଜର ସୁନିତା କୁମାରୀଙ୍କ ସମେତ ପୌର ପରିଷଦ ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କର୍ମଚାରୀ ସହାୟତା କରିଥିଲେ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *