ଆନ୍ତର୍ଜାତୀୟ ଫେମିନାର ଫେବ୍-୬୫ ତାଲିକାରେ ସ୍ଥାନିତ ଜୟନ୍ତୀ ଚର୍ଚ୍ଚାର ବିଷୟ ପାଲଟିଛନ୍ତି

ମାଲକାନଗିରି ଜିଲ୍ଲାର ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରୁ ଆସିଥିବା ଜୟନ୍ତୀ ବୁରୁଦା ଏକ ଉଲ୍ଲେଖନୀୟ କାର୍ଯ୍ୟରେ ସମ୍ମାନଜନକ ୨୦୨୪ ଆନ୍ତର୍ଜାତୀୟ ଫେମିନା ମାଗାଜିନର ଫେମିନାର ଫେବ୍-୬୫ ଫୋର୍ବସ୍ ଇଣ୍ଡିଆ ଡବ୍ଲୁ-ପାୱାର ତାଲିକାରେ ସ୍ଥାନ ପାଇ ମାଲକାନଗିରି ଜିଲ୍ଲା ଓ ଓଡ଼ିଶା ରାଜ୍ୟ ପାଇଁ ଗୌରବର ବିଷୟ ପାଲଟିଛନ୍ତି ଆଦିବାସୀ ଝିଅ ଜୟନ୍ତୀ ବୁରୁଦା।।ତାଙ୍କ ଜୀବନ କାହାଣୀ ଫେମିନାର ଡିସେମ୍ବର ସଂଖ୍ୟାରେ ପ୍ରକାଶ ପାଇଛି ।ଏଥିରେ ମୁଖ୍ୟତଃ ଭାରତର ଶ୍ରେଷ୍ଠ ୨୩ ଆତ୍ମନିର୍ଭରଶୀଳ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଛି। ମାଲକାନଗିରିରୁ ଫୋର୍ବସ୍ ପର୍ଯ୍ୟନ୍ତ ଜୟନ୍ତୀଙ୍କର ଯାତ୍ରା ଏକ ସ୍ଥିରତା ଏବଂ ନିଷ୍ଠା ଫଳସ୍ୱରୁପ। ଜିଲ୍ଲାର ପ୍ରଥମ ମହିଳା ସାମ୍ବାଦିକା ତଥା ସମାଜସେବୀ,ଜଙ୍ଗଲରାଣୀ ଓ ବଡ଼ିଦିଦି ଭାବେ ସୁପରିଚିତ ଜୟନ୍ତୀଙ୍କ ଏହି ସଫଳତା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଜୟନ୍ତୀ ପ୍ରତିଷ୍ଠିତ ଫୋର୍ବସ୍ ଇଣ୍ଡିଆ ମାଗାଜିନରେ ଏଥିପୂର୍ବରୁ ଗତ ବର୍ଷ ସ୍ଥାନ ପାଇବା ସହ ସେ ଏଫ୍ଡବ୍ଲୁଏମ୍ଆଇ, ୱିମେନ୍ ଆଣ୍ଡ୍ ନେଟଵର୍କରେ ଫିଲୋସିପ୍ ଗ୍ରହଣ କରିଥିଲେ। ଜୟନ୍ତୀ ନିଜ କ୍ୟାରିୟର ସାମ୍ବାଦିକତା ସହ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ଆଦିବାସୀଙ୍କ ଅନେକ ବିଷୟ ଲୋକଲୋଚୋନ ହୋଇପରୁନଥିବାରୁ ସେ ପ୍ରଥମେ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଜଙ୍ଗଲରେ ବା ଦୁର୍ଗମ ଆଦିବାସୀ ବହୁଳ ଅଞ୍ଚଳରେ ଥିବା ଆଦିବାସୀ ମହିଳା ଓ ଯୁବତୀଙ୍କୁ ସାନିଟାରିରେ ପ୍ୟାଡ୍ ବଣ୍ଟନ କରିଥିଲେ । ଦୀର୍ଘ ଛଅ ବର୍ଷରୁ ଉର୍ଦ୍ଧ ସମୟରୁ ଆଦିବାସୀ କିଶୋରୀ, ଯୁବତୀ ଏବଂ ମହିଳାଙ୍କୁ ଋତୁସ୍ରାବ ବିଷୟରେ ସଚେତନ କରିବା ସହ ବର୍ତ୍ତମାନ ସୁଦ୍ଧା ବଡ଼ିଦିଦି ସଂଗଠନରେ ୨୦ଜଣ ଶିକ୍ଷିତ ଆଦିବାସୀ ଯୁବତୀ କାର୍ଯ୍ୟରତ । ଆଧୁନିକ ସାଙ୍କେତିକତା ବିଷୟରେ ରାଷ୍ଟ୍ର ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ କିପରି ପହଞ୍ଚି ହେବା ତାହା ନେଇ ଆଦିବାସୀ ଯୁବସମାଜକୁ ପ୍ରେରିତ କରି ବେଶ୍ ନାମ ଜମାଇଛନ୍ତି ଜୟନ୍ତୀ ।
ଜୟନ୍ତୀ ବୁରୁଡ଼ା ଜଣେ ଆଦିବାସୀ ଯୁବତୀ ହୋଇଥିବା ବେଳେ ନିଜ ବୁଧିବଳରେ ସମାଜ ପ୍ରତି ତାଙ୍କ ସମର୍ପଣ ନିଶ୍ଚିତ ରୂପେ ଯୁବପିଡିଙ୍କ ପାଇଁ ଏକ ଉଚ୍ଚତର ପ୍ରେରିତ କରିବାରେ ସହାୟକ ହେବ …ଏହା ତିଳେ ହେଲେ ସନ୍ଦେହ ନାହିଁ ।
ରିପୋର୍ଟ:ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ