ନୟାଗଡ଼ ପାଣିପଇଲା ଠାରେ ନୂତନ ଚିନିକଳ ପ୍ରତିଷ୍ଠା ଦାବି ଜୋର୍ ଧରିଲା । ପ୍ରତିବାଦ ପଦଯାତ୍ରାରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ
ନୟାଗଡ଼: ନୟାଗଡ଼ ଜିଲ୍ଲା ପ୍ରଶାସନ ଗମେଇ ଠାରେ ଚିନିକଳ ପ୍ରତିଷ୍ଠା ପାଇଁ ଜାଗା ଚିହ୍ନଟ କରିଥିବା ବିରୁଦ୍ଧରେ ଚିନିକଳ ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ମନୋଜ କୁମାର ସାହୁଙ୍କ ନେତୃତ୍ବରେ ସମ୍ପାଦିକା ଲଳିତା ଦାସ, କୋଷାଧ୍ୟକ୍ଷ ବୈକୁଣ୍ଠନାଥ ରାଉତ, କୃଷକ ପ୍ରତିନିଧି ଚକ୍ରଧର ଜେନା, ଭାରତୀୟ କିଶାନ ମୋର୍ଚ୍ଚାର ନୟାଗଡ଼ ପ୍ରତିନିଧି ବିକ୍ରମ ଭାଇ, ଚିନିକଳ ୟୁନିୟନ୍ ସଭାପତି ଲକ୍ଷ୍ମୀଧର ସାହୁ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ପୂର୍ବତନ ଚିନି କଳର କର୍ମଚାରୀ, କୃଷକ ମାନେ ଓ ଶ୍ରମିକ ସଂଗଠନର ସଭ୍ୟମାନେ ବହୁ ସଂଖ୍ୟାରେ ବଲାଙ୍ଗି ପାର୍କ ଠାରୁ ବିରାଟ ପ୍ରତିବାଦ ପଦଯାତ୍ରାରେ ଆସି ପାଣିପଇଲା ଅନ୍ତର୍ଗତ ସାନହାମରା ରସୋଳ ଠାରେ ନୂତନ ଚିନି କଳ ପ୍ରତିଷ୍ଠା ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲି ଅଗ୍ରୱାଲଙ୍କୁ ଦାବିପତ୍ର ଦେଇଛନ୍ତି ।
ଦାବିପତ୍ରରେ ଖାତାନମ୍ବର୍, ପ୍ଲଟ ନମ୍ବର ସହିତ କାଗଜାତ ପ୍ରମାଣ ପତ୍ର ସଂଲଗ୍ନ ରହିଛି ।ମାନ୍ୟବର ମୁଖ୍ୟମନ୍ତ୍ରୀ ନୟାଗଡ଼ରେ ଏକ ନୂତନ ଚିନିକଳ ସ୍ଥାପନ ନିମନ୍ତେ ନୟାଗଡ଼ ମହୋତ୍ସବରେ ଘୋଷଣା କରିଥିବାରୁ ଚାଷୀ, କର୍ମଚାରୀ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି ଅଭିନନ୍ଦନ ଜଣାଇଛନ୍ତି l ଅତୀତରେ ଉକ୍ତ ଅଞ୍ଚଳରେ ଆଖୁଚାଷର ବ୍ୟାପକତାକୁ ଦୃଷ୍ଟିରେ ରଖି ଚାଷୀକୁଳର ଆର୍ଥିକ ବିକାଶ ନିମନ୍ତେ ଏଠାରେ ଏକ ଚିନିକାଳ ପ୍ରତିଷ୍ଠା କରାଯାଇଥିଲା l
ଏହି ଅଞ୍ଚଳରେ ଆଖୁ ଚାଷର ଚାହିଦା ଦେଖି କେନ୍ଦ୍ର ସରକାର ଏଠାରେ ଏକ ଆଖୁ ଗବେଷଣା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରିଛନ୍ତି l ନୂତନ ଚିନିକଳ ପ୍ରତିଷ୍ଠା ନିମନ୍ତେ ଏଠାରେ ସମସ୍ତ ପ୍ରକାର ଉପାଦାନ ଯଥା – ନିର୍ବିବାଦୀୟ ଯାଗା, ପ୍ରଚୁର ଜଳର ଉତ୍ସ, ପରିବହନ ଓ ଗମନା ଗମନର ସୁବିଧା, ଯାନବାହାନ ରଖିବା ସ୍ଥାନ ଓ ପ୍ରଦୂଷଣ ମୁକ୍ତ ବ୍ୟାପକ ଜଙ୍ଗଲ ଜମି ଏବଂ ଜନବସତି ଠାରୁ ଦୂରରେ ଅବସ୍ଥିତ ଅଟେ ।
ନୂତନ ଚିନିକଳ ପ୍ରତିଷ୍ଠା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ପୁରୀ ଲୋକସଭା ସାଂସଦ ଡଃ ସମ୍ବିତ ପାତ୍ର ଓ ନୟାଗଡ଼ ଜିଲ୍ଲା ପ୍ରଶାସନଙ୍କ ବୈଠକ ଅନୁଯାୟୀ କ୍ରିୟାନୁଷ୍ଠାନ କମିଟି ତା ୨୬/୦୯/୨୦୨୪ ରିଖରେ ଜିଲ୍ଲାପାଳଙ୍କୁ ଭେଟି ସରକାରଙ୍କ ନୂତନ ଚିନିକଳର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବ ଦେଇଥିଲା ।ଏଣୁ ଅନୁରୋଧ କରୁଅଛୁକି ଆପଣ ନୟାଗଡ ଜିଲ୍ଲା ମହୋତ୍ସବରେ କରିଥିବା ଘୋଷଣା ମୁତାବକ ନୟାଗଡ ପାଣିପଇଲା ଠାରେ ନୂତନ ଚିନିକଳ ପ୍ରତିଷ୍ଠା ନିମନ୍ତେ ତ୍ୱରିତ ପଦକ୍ଷେପ ଗ୍ରହଣ କଲେ ଆମ୍ଭେ ନୟାଗଡ ଜିଲ୍ଲାର କୃଷକ ବୃନ୍ଦ, ପୂର୍ବ କର୍ମଚାରୀ ବୃନ୍ଦ, ଶ୍ରମିକ ସଂଗଠନ ଓ ନୟାଗଡ ଚିନିକଳ ମିଳିତ କ୍ରିୟାନୁଷ୍ଠାନ କମିଟି ବିଶେଷ ନୟାଗଡ଼ବାସୀ ଉପକୃତ ହେବେବୋଲି ଦାବିପତ୍ରରେ ଅନୁରୋଧ କରାଯାଇଛି ।ବର୍ତ୍ତମାନ ଜିଲ୍ଲା ପ୍ରଶାସନ କଣ କରୁଛି ଦେଖିବାକୁ ବାକି ରହିଲା ।