July 1, 2025
Home » ସୁବର୍ଣ୍ଣପୁର ରେ 76 ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ : ଅଭିଵାଦନ ଗ୍ରହଣ କଲେ ମନ୍ତ୍ରୀ ରବିନାରାୟଣ ନାଏକ l

ସୁବର୍ଣ୍ଣପୁର ରେ 76 ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ : ଅଭିଵାଦନ ଗ୍ରହଣ କଲେ ମନ୍ତ୍ରୀ ରବିନାରାୟଣ ନାଏକ l

0
WhatsApp Image 2025-01-26 at 1.12.39 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ 76 ତମ ସାଧାରଣତନ୍ତ୍ର ଦିବସ ଆଜି ପାଳିତ ହୋଇଯାଇଛି l ସ୍ଥାନୀୟ ରାମେଶ୍ବର ଷ୍ଟାଡିୟମ ଠାରେ 76 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ, ପଂଚାୟତି ରାଜ ତଥା ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଛନ୍ତି । ଏଥିରେ ଜିଲ୍ଲା ପୋଲିସ, ହୋମଗାର୍ଡ, ଏନ.ସି.ସି ଓ ବିଭିନ୍ନ ସ୍କୁଲ କଲେଜର ସ୍କାଉଟ୍ ଆଦି ମୋଟ ୪୨ଟି ଦଳ ପ୍ୟାରେଡ ରେ ଭାଗନେଇଥିବା ବେଳେ ଜିଲ୍ଲାର ବିଭିନ୍ନ ବିଭାଗ ର ୧୬ ଟି ପ୍ରଜ୍ଞାପନ ମେଢ ମଧ୍ୟ ପ୍ୟାରେଡରେ ପ୍ରଦର୍ଶିତ କରାଯାଇଥିଲ। ।

ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କୃତିପ୍ରତିଯୋଗି ମାନଙ୍କୁ ମୁଖ୍ୟଅତିଥି ଙ୍କ ଦ୍ଵାରା ପୁରସ୍କୃତ କରା ଯାଇଥିଲା l ଏହି ଉତ୍ସବ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ, ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *