February 23, 2026
Home » ରାଜ୍ୟ » Page 94

ରାଜ୍ୟ

ଠାକୁର ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୮ତମ ଜନ୍ମୋତ୍ସବ ପାଳନ

! ଛତ୍ରପୁର: ପରମ୍ ପ୍ରେମମୟ ଠାକୁର ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୮ ତମ ଜନ୍ମୋତ୍ସବ ପାଳନ ସାଂଗକୁ ଛତ୍ରପୁର ଠାରେ ଅବସ୍ଥିତ ତାଙ୍କରି ଶ୍ରୀମନ୍ଦିର ପ୍ରତିଷ୍ଠାର ୧୫ ତମ...

ଅବସର ପ୍ରାପ୍ତ ANM ସୁପର ଭାଇଜରଙ୍କୁ ହତ୍ୟା।

ଲୁଟ ପରେ ହତ୍ୟା କରାଯାଇଥିବା ସନ୍ଦେହ.... କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଯୋର ଗ୍ରାମରୁ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।ଘରେ ଏକାକୀ ରହୁଥିବା ଜଣେ ଅବସରପ୍ରାପ୍ତ...

ନିରପେକ୍ଷତା ବିନା ଗଣମାଧ୍ୟମ ତିଷ୍ଠିବା ଅସମ୍ଭବ: ଇପିଏ ଉଇକ୍ଲିର ୨୮ ତମ ବାର୍ଷିକ ଉତ୍ସବରେ ଅତିଥିଙ୍କ ମତପ୍ରକାଶ

ପ୍ରଯୁକ୍ତି ବିଦ୍ୟା ପାଇଁ ଆଜି ବୈଦ୍ୟୁତିକ ଗଣମାଧ୍ୟମ ଯଦିଓ ଲୋକଙ୍କ ନିକଟରେ କମ୍ ସମୟ ମଧ୍ୟରେ ପହଞ୍ଚି ପାରୁଛି ତଥାପି ମୁଦ୍ରିତ ଗଣମାଧ୍ୟମର ବିକଳ୍ପ ନାହିଁ। କାରଣ...

ସାଂସଦ ଖେଳ ମହୋତ୍ସବର ଉଦଯାପନୀ ପର୍ଯ୍ୟାୟ ଆରମ୍ଭ

ନାଗରିକମାନଙ୍କ ମଧ୍ୟରେ ଖେଳ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ସହ ଯୁବ ସମାଜରେ ନେତୃତ୍ୱକୁ ଉତ୍ସାହିତ କରିବା ଏବଂ ଫିଟ୍ ଇଣ୍ଡିଆର ସନ୍ଦେଶକୁ ପ୍ରତ୍ୟେକ ଘରେ ପହଂଚାଇବା ଲକ୍ଷ୍ୟ...

ଭିନ୍ନକ୍ଷମ ଶିଶୁ ଙ୍କ କାର୍ଯ୍ୟକ୍ରମ କସ୍ତୁରୀ ଉଦଯାପିତ

ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା ଧୁବାମୁଣ୍ଡା ରେଆର କାର୍ଯ୍ୟାଳୟ ଠାରେ ରେଆର ସୋନପୁର ତଥା ଜିଲ୍ଲା ଭିନ୍ନକ୍ଷମ ଅବିଭାବକ ସଂଘ ତରଫରୁ ଭିନ୍ନକ୍ଷମ ଶିଶୁ ଙ୍କ ସୃଜନାତ୍ମକ ଉତ୍ସବ କସ୍ତୁରୀ...

ରେମୁଣା ଗୋଲେଇ ନିକଟସ୍ଥ ଜାତୀୟ ରାଜପଥର ଅନଧିକୃତ ଭାବେ ପାର୍କିଂ ହଟାଯାଉ

ବାଲେଶ୍ୱର: ଜିଲ୍ଲାପାଳ-ତଥା -ଚେୟରମ୍ୟାନ, ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ (RTA), ବାଲେଶ୍ୱର ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ନିର୍ଦ୍ଦେଶାନୁସାରେ ରେମୁଣା ଗୋଲେଇ ନିକଟସ୍ଥ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଅନଧିକୃତ...

ମତଦାନ କେନ୍ଦ୍ର ସୁବ୍ୟବସ୍ଥାକକରଣ ନିମନ୍ତେ ରାଜନୈତିକ ଦଳର ପ୍ରତିନିଧି ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ

ବରଗଡ଼: ଆଜି ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ୧ ଗୋଟି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ତ...

ନବମ ଜାତୀୟ ଡ଼ୁମାଳ ଦିବସ ପାଳିତ

ସୁବର୍ଣ୍ଣପୁର: ପୁରୀ ୟୁଥ ହଷ୍ଟେଲ ଠାରେ ମା ମାହେଶ୍ୱରୀ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ନବମ ଜାତୀୟ ଡ଼ୁମାଳ ଦିବସ ମା ମାହେଶ୍ୱରୀ ସଂସ୍କୃତି ପରିଷଦ ଅଧ୍ୟକ୍ଷ ହରିଶଙ୍କର...

ଗୁହାରି ଶୁଣନ୍ତୁ ସରକାର,ରାଜ ରାସ୍ତାରେ ଅନ୍ନଦାତା

ଧାନ ବିକ୍ରି ସମସ୍ୟାକୁ ନେଇ ଚାଷୀଙ୍କ ଅଭିନଵ ପ୍ରତିବାଦ ସୁବର୍ଣ୍ଣପୁର --ଆଜ୍ଞା ଧାନ କେଜି ୧୦ଟଙ୍କାକେ ନିଅ। ଆମର ଛୁଆ ପିଲା କୁଟୁମ୍ବ ପୁଶୁମୁ।ଘରେ ପଇସା ପତର...

ପୁସ୍ତକ ସଦାକାଳ ସତ୍ୟ ଓ ଚିରନ୍ତନ

ଭୁବନେଶ୍ୱର-ପୁସ୍ତକ ସଦାକାଳ ସତ୍ୟ ଓ ଚିରନ୍ତନ ର ପ୍ରତୀକ। ରାଜ୍ୟ ପୁସ୍ତକ ମହୋତ୍ସବର ବାଜି ରାଉତ ମଞ୍ଚରେ ଅତିଥି ମାନେ ଯୋଗ ଦେଇ ମତ ବ୍ୟକ୍ତ କରିଥିଲେ।...

You may have missed

ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ : ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଉଦ୍ୟୋଗି ଭାବେ ଗଢ଼ି ତୋଳିବାକୁ ପ୍ରାଥମିକତା ଭୁବନେଶ୍ୱର, ୨୨.୦୨.୨୦୨୬ : ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗର ସମସ୍ତ ଶାଖାର କାର୍ଯ୍ୟକଳାପ ଓ ଜିଲ୍ଲାଭିତ୍ତିକ ପ୍ରଗତି ଉପରେ ସମୀକ୍ଷା କରାଯାଇଛି । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାର କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷର ସଫଳତା, ବିଭିନ୍ନ ଯୋଜନାର ପ୍ରଗତି, ବ୍ଯାଙ୍କ ଋଣ, ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଫେରସ୍ତ, ମହିଳାମାନଙ୍କୁ ଉଦ୍ୟୋଗପତି ଭାବେ ଗଢି ସେମାନଙ୍କ ଆୟବୃଦ୍ଧି କରିବା ସମ୍ପର୍କିତ ପଦକ୍ଷେପଗୁଡ଼ିକୁ ସେ ପର୍ଯ୍ୟବେକ୍ଷଣ କରିଛନ୍ତି । ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମିଶନ ଶକ୍ତି ବିଭାଗ ମାଧ୍ୟମରେ ଓଡ଼ିଶାର ଲକ୍ଷାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ଆର୍ଥିକ, ସାମାଜିକ ଓ ଡିଜିଟାଲ ଭାବେ ସଶକ୍ତ ହୋଇପାରିଛନ୍ତି । ଏହି ବିଭାଗ ମହିଳାମାନଙ୍କୁ କେବଳ ଆତ୍ମନିର୍ଭର କରିବାରେ ସୀମିତ ରହିନାହିଁ, ସେମାନଙ୍କୁ ସଫଳ ଉଦ୍ୟୋଗୀ ଓ ସମାଜର ଅଗ୍ରଗାମୀ ନେତୃତ୍ୱ ଭାବେ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି । ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣର ଏକ ଶକ୍ତିଶାଳୀ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ମହିଳାମାନଙ୍କ ଜୀବନମାନ ଉନ୍ନତି ସହିତ ରାଜ୍ୟର ଆର୍ଥିକ ଉନ୍ନତିରେ ମଧ୍ୟ ମୂଲ୍ୟବାନ ଅବଦାନ ରଖୁଛି। ମହିଳାମାନଙ୍କୁ ଉଦ୍ୟୋଗୀ ଭାବେ ଗଢି ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ଏବଂ ‘ମହାଲକ୍ଷପତି ଦିଦି’ ପରିଣତ କରିବା ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମତ ରଖିଛନ୍ତି । ଏଥି ପାଇଁ ଆସନ୍ତା ଆର୍ଥିକ ବର୍ଷରେ ବଜାର ସଂଯୋଗ, ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ, ଆର୍ଥିକ ସହାୟତା ଓ ଡିଜିଟାଲ ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏହି ପଦକ୍ଷେପଗୁଡ଼ିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଓ ସୁଦୃଢ଼ ଆର୍ଥିକ ସ୍ଥିତି ପ୍ରଦାନ କରିବ । ବୈଠକରେ ଚଳିତ ଆର୍ଥିକ ବର୍ଷର ଲକ୍ଷ୍ୟ ପୂରଣ ସହ ଆସନ୍ତା ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରିତ ପ୍ରଥମିକତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା, ଯାହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ଆହୁରି ସଶକ୍ତ କରିବା ସହିତ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିବ । ଏହି ସମୀକ୍ଷା ବୈଠକରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ସୁଶ୍ରୀ ମାନସୀ ନିମ୍ବାଲ, ନିର୍ଦ୍ଦେଶିକା ଡ଼. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲ୍ଲାର ଅଧିକାରୀମାନେ ଉପସ୍ଥିତ ଥିଲେ । ମହିଳା ସଶକ୍ତିକରଣ, ମହିଳା ନେତୃତ୍ୱାଧୀନ ବିକାଶ ଏବଂ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଳମ୍ବୀ କରିବା ଦିଗରେ ମିଶନ ଶକ୍ତି ବିଭାଗର ଏହି ସମୀକ୍ଷା ବୈଠକ ଏକ ଦୃଢ଼ ପଦକ୍ଷେପ ବୋଲି ଆଶା କରାଯାଇଛି ।