ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଓ ପଦଯାତ୍ରାର ଶୁଭାରମ୍ଭ

ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଓ ସଚେତନତା ପଦଯାତ୍ରା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଉଦଘାଟନ କରାଯାଇଅଛି । ଏହି ସଚେତନତା ରଥଟିକୁ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଏବଂ ଶ୍ରୀ ସମ୍ବିତ ରାଉତ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ), ଶ୍ରୀ ରବିନାରାୟଣ ଜେଠୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଥିଲା ।
ଏଥିରେ ସଭାପତି, ଜିଲ୍ଲା ଶିଶୁ ମଙ୍ଗଳ କମିଟି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ନିର୍ବାହୀ ଅଧିକାରୀ, ଜଗତସିଂହପୁର ମ୍ୟୁନିସପାଲିଟି, ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କ ସହିତ ଶ୍ରୀ ବାବା ଆନନ୍ଦ ରଞ୍ଜନ ଦାସ, ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଶ୍ରୀ ଶିବନାରାୟଣ ସାହୁ, ଜିଲା ଶ୍ରମ ଅଧିକାରୀ (ପ୍ରବର୍ତ୍ତନ), ଶ୍ରୀମତୀ ସ୍ମୃତିରେଖା ନାୟକ, ଜିଲା ଶ୍ରମ ଅଧିକାରୀ (କଲ୍ୟାଣ ), ଶ୍ରୀ ଶାନ୍ତନୁ କୁମାର ବ୍ରହ୍ମା, ଶ୍ରୀମତୀ ଅର୍ଚିତା ସାହୁ, ଶ୍ରୀ ଦେବାଶିଷ ମିଶ୍ର ଓ ସୌମ୍ୟା ସ୍ଥିତପ୍ରଜ୍ଞା, ସହକାରୀ ଶ୍ରମ ଅଧିକାରୀ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ l ଉକ୍ତ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଜିଲ୍ଲା ର ସମସ୍ତ ବ୍ଲକ, ପୌରପାଳିକା, ବାଣିଜ୍ୟ ସଂସ୍ଥା ଓ ଜନ ବହୁଳ ସ୍ଥାନ ଗୁଡିକରେ ସଚେତନତା ସୃଷ୍ଟି କରିବା ସହିତ ଜିଲ୍ଲାକୁ କିଭଳି ଶିଶୁ ଶ୍ରମିକ ମୁକ୍ତ କରାଯାଇପାରିବ ଏବଂ ଶିଶୁ ମାନନଙ୍କର ଅଧିକାର, ଶିଶୁ ସୁରକ୍ଷା ଓ ଶିଶୁ ଶ୍ରମିକ ନିୟୋଜନ ରେ ଦଣ୍ଡବିଧାନ ନିମିତ ସାଧାରଣ ଜନମାନସରେ ସଚେତନତା କରାଯାଇଥିଲା
ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )