ଜିଲ୍ଲା ସ୍ତରୀୟ ବିକାଶ ମେଳା

କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କର୍ପୋରେସନ ପଡିଆ ଠାରେ ରାଜ୍ୟ ସରକାରଙ୍କର ଏକ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ସ୍ତରୀୟ ବିକାଶ ମେଳା–2025, ମାନ୍ୟବର ବିଧାୟକ ଫୁଲବାଣୀ ଶ୍ରୀ ଉମା ଚରଣ ମଲ୍ଲିକ ଙ୍କ କରକୋମଳରେ ଉଦଘାଟନ ହୋଇଯାଇଛି।ଏହି ଅବସରରେ ବିଧାୟକ ଶ୍ରୀ ମଲିକ ଏକ ବର୍ଷ ମଧ୍ୟରେ କରାଯାଇଥିବା ବିକାଶ ମୂଳକ କାର୍ଯ୍ୟକ୍ରମକୁ ବର୍ଣ୍ଣନା କରିବା ସହିତ ସେ କହିଲେ ଯେ ସରକାର ତୃଣମୂଳ ( ତଳ ) ସ୍ତରର,ବା ତଳ ଶ୍ରେଣୀର ଲୋକଙ୍କ ପର୍ଯ୍ୟନ୍ତ ବିକାଶ ପହଞ୍ଚାଇବାକୁ ପ୍ରତିଶୃତିବଦ୍ଧ। ଏହି ମେଳା ତା-୧୨-୦୬-୨୦୨୫ ରିଖ ଠାରୁ ତା-୨୦-୦୬-୨୦୨୫-ରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ସରକାରଙ୍କର ସେବା, ସୁଶାସନ ଓ ସଫଳତାର ଏକ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ କଲ୍ୟାଣକାରୀ କାର୍ଯ୍ୟ ଏବଂ ବିଭିନ୍ନ ବିଭାଗର ସଫଳତା ପ୍ରଦର୍ଶନ ଓ ସରକାର ଙ୍କ କଲ୍ୟାଣକାରୀ କାର୍ଯ୍ୟ ସମ୍ପର୍କ ରେ ଅବଗତ ଓ ଜନସଚେତନତା ସୃଷ୍ଟି କରିବାର ଏହାର ଉଦ୍ଧେଶ୍ୟରେ ଓରମାସ ତରଫରୁ ଉପ୍ତାଦିକା ଗୋଷ୍ଠୀ ଓ ଏଫ୍,ପି,ଓ ମାନଙ୍କୁ ସେମାନଙ୍କ ଉତ୍ପାଦ ଗୁଡ଼ିକର ବିକ୍ରୟ ବ୍ୟବସ୍ଥା କରାଯାଇଛି ଏବଂ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଛି।
ସେହିପରି ବିକାଶ ରଥ ସମସ୍ତ ବ୍ଲକରୁ ବାହାରି ସମସ୍ତ ପଞ୍ଚାୟତ ମାନଙ୍କ ରେ ଜନସଚେତନତା ସୃଷ୍ଟି କରିବେ। ସମସ୍ତ ଅଞ୍ଚଳକୁ ସ୍ବାସ୍ଥ୍ୟ,ଶିକ୍ଷା, ପାନୀୟ ଜଳ, ଜଳସେଚନ ଓ ଗମନାଗମନ ଭଳି ମୋନିକା ସୁବିଧା ଯୋଗାଇଦେବା ପାଇଁ ସମସ୍ତ ବିଭାଗ ପ୍ରତିବଦ୍ଧତାର ସହ କାମ କରିବା ଉଦ୍ଦେଶ୍ୟରେ ଜନସଚେତନତା ସୃଷ୍ଟି କରିବେ। ଏହି ଉଦଘାଟନ ସମାରୋହ ରେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ଶ୍ରୀ କୁଶଳ ଚନ୍ଦ୍ର ନାଏକ, ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦି, ଉପଜିଲ୍ଲାପାଳ ଫୁଲବାଣୀ ଶ୍ରୀ ଭିକାରୀ ସାହୁ, ପ୍ରକଳ୍ପ ପ୍ରଶାସକ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ଫୁଲବାଣୀ ଶ୍ରୀ ଗଦାଧର ପାତ୍ର , ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ, ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୋମ୍ୟରଞ୍ଜନ ପାତ୍ର, ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶି ମାଝୀ, ବିଭିନ୍ନ ବିଭାଗିୟ ଅଧିକାରୀ, କର୍ମଚାରୀ, ଜନପ୍ରତିନିଧି, ସ୍ବୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା, ବିଭିନ୍ନ ସାଂସ୍କୃତିକ କଳାକାର ମାନେ, ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
_କନ୍ଧମାଳ ଜିଲ୍ଲା ଇ ପି ଏ ରୁ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ