July 2, 2025
Home » ଆକାଶ ତରଫରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଆକାଶ ତରଫରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

0
akash

ନିଟ ୟୁଜିରେ ବ୍ରହ୍ମପୁର ଆକାଶ ଶିକ୍ଷାନୁଷ୍ଠାନ ଅଭିନବ ସଫଳତା ହାସଲ କରିଛି । ନିକଟରେ ଚଳିତ ଶିକ୍ଷା ବର୍ଷର ପ୍ରକାଶିତ ହୋଇଥିବା ନିଟ୍ ୟୁଜି ପରୀକ୍ଷାରେ ଆକାଶ ଶିକ୍ଷାନୁଷ୍ଠାନର ୨୧୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପରୀକ୍ଷା ଦେଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୨୨ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଭୁତ ସଫଳତା ହାସଲ କରିଛନ୍ତି। ଏନେଇ ଆକାଶ ତରଫରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କୃତି ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବ୍ରାଞ୍ଚ ହେଡ୍ ରୋହିତ୍ ସିଂ, ଏକାଡେମୀକ ହେଡ ମେଡିକାଲ ଆଶୁତୋଷ ଗର୍ଗ, ବଟିନି ଅଧ୍ୟାପିକା ସ୍ୱାଗତିକା ପରିଡ଼ା, କେମେଷ୍ଟ୍ରି ଅଧ୍ୟାପକ ୱାଇ ଧର୍ମା ରାଓ, ଜୁଲୋଜି ଅଧ୍ୟାପିକା ରିନା ଓ ସଂଚିୟା ଏବଂ ଫିଜିକ୍ସ ଅଧ୍ୟାପକ ଯୋଗେଶ ଶ୍ରୀ ବାସ୍ତବଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ କାର୍ଯ୍ୟକ୍ରମକୁ ପରିଚାଳନରେ ସହଯୋଗ କରିଥିଲେ।

ବ୍ରହ୍ମପୁରରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *