ଇଫକୋ କୁ ମିଳିଲା ଗ୍ରୀନଟେକ ଏନଭାଇରନମେଣ୍ଟ ଆୱାର୍ଡ

ପାରାଦୀପ – ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଓ ଉତ୍କର୍ଷତା ପାଇଁ ଇଫକୋ ପାରାଦୀପ ୟୁନିଟ କୁ ମିଳିଛି ସମ୍ମାନଜନକ ଗ୍ରୀନଟେକ ଏନଭାଇରନମେଣ୍ଟ ଆୱାର୍ଡ ୨o୨୫ l ନୂଆଦିଲ୍ଲୀ ଠାରେ ଜୁନ ୧୨ ତାରିଖରେ ଆୟୋଜିତ ୨୪ତମ ବିଶ୍ୱ ପରିବେଶ ସମ୍ମିଳନୀ ରେ ଆସାମ ର ପୂର୍ବତନ ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖୀ ଙ୍କ ଠାରୁ ଇଫକୋ ପାରାଦୀପ ୟୁନିଟ ର ମୁଖ୍ୟ ପି.କେ.ମହାପାତ୍ର ଙ୍କ ପକ୍ଷରୁ ଇପିସି ମ୍ୟାନେଜର ଡ଼ି.ମହାନ୍ତି ଏହି ଆୱାର୍ଡ ଗ୍ରହଣ କରିଥିଲେ l ସୂଚନାଥାଉକି ଇଫକୋ ପରିବେଶ ସୁରକ୍ଷା ଓ ସନ୍ତୁଳନ ଉପରେ ସର୍ବଦା ଯତ୍ନବାନ ରହିଥିବାରୁ ଏଠାରେ ପ୍ରଦୂଷଣ ନିୟନ୍ତ୍ରଣରେ ରହିଅଛି l ତେବେ ଇଫକୋ ପାରାଦୀପ ୟୁନିଟ ର ମୁଖ୍ୟ ପି.କେ.ମହାପାତ୍ର ଓ ପରିବେଶ ସୁରକ୍ଷା ବିଭାଗ ଅଧିକାରୀ ଆର.କେ.ସ୍ୱାଇଁ ଙ୍କ ପ୍ରଚେଷ୍ଟା ଯୋଗୁଁ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣରେ ରହିଛି l ତେବେ ଏହି ପୁରସ୍କାର ସମସ୍ତ ଇଫକୋ ପରିବାର ମଧ୍ୟରେ ନୈତିକ ବଳ ଓ ଉତ୍ସାହ ସୃଷ୍ଟି କରିଥିବା ବେଳେ ଏହାର ପରିଚାଳନା ନିର୍ଦ୍ଦେଶକ ଡ଼ଃ.ୟୁ.ଏସ.ଅୱସ୍ତି ଙ୍କ ଦୂରଦର୍ଶି ନେତୃତ୍ୱ ଯୋଗୁଁ ୬o ବର୍ଷ ଧରି ଇଫକୋ ଦେଶରେ ସେବା ଯୋଗାଇବା ସହ ବିଶ୍ୱର ବୃହତ୍ତମ ସମବାୟ ସଂସ୍ଥା ଭାବେ ଉଭା ହୋଇପାରିଛି l
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )