ଟିଟିଲାଗଡ ରେ ନୂତନ ପୌରନିର୍ବାହୀ ଅଧିକାରୀ ଙ୍କ ଯୋଗଦାନ
ଟିଟିଲାଗଡ଼ : ଟିଟିଲାଗଡ଼ ପୌର ପରିଷଦର ନୂତନ ନିର୍ବାହୀ ଅଧିକାରୀ ଭାବରେ ଚନ୍ଦନ କୁମାର ଶତପଥୀ କାର୍ଯ୍ୟରେ ଯୋଗଦେଇଛନ୍ତି। ଶ୍ରୀ ଶତପଥୀ ପୂର୍ବରୁ ନୂଆପଡ଼ା ଏନ ଏ ସି ରେ ନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟରତ ଥିବାବେଳେ ବର୍ତ୍ତମାନ ପୌର ନିର୍ବାହୀ ଅଧିକାରୀ ଭାବରେ ପୂର୍ବ ଅଧିକାରୀ ସନ୍ଦୀପ ଚନ୍ଦ୍ରକାର ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି। ପୌରାଧ୍ୟକ୍ଷା ଶ୍ରୀମତି ମମତା ଜୈନ ଙ୍କ ସହ ସମସ୍ତ ପୌର କର୍ମଚାରୀ ତାଙ୍କୁ ସ୍ଵାଗତ କରିଥିଲେ। ପୂର୍ବରୁ ଶ୍ରୀ ଶତପଥୀ ଟିଟିଲାଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ଟିଟିଲାଗଡ ସହର ପ୍ରତି ଥିବା ତାଙ୍କ ପୂର୍ବ ଅଭିଜ୍ଞତା ସୁଚାରୁ ରୂପରେ କାର୍ଯ୍ୟ ତୁଲାଇବା ରେ ସହାୟକ ହେବା ସହ ସହରର ଉନ୍ନତି କୁ ପ୍ରାଥମିକତା ଦେବା କୁ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି।
Sri Santosh Kejriwal from Titilagarh, EPA News