October 30, 2024
Home » ମାଁ ମଝିଘରିଆଣୀ ମନ୍ଦିର ହୂଣ୍ଡିରୁ ବାହାରିଲା ୯୯,୧୫,୪୨୨ ଟଙ୍କା

ମାଁ ମଝିଘରିଆଣୀ ମନ୍ଦିର ହୂଣ୍ଡିରୁ ବାହାରିଲା ୯୯,୧୫,୪୨୨ ଟଙ୍କା

0

୫୩ ଗ୍ରାମ ସୁନା ଓ ୨ କେଜି ୩୯୨ ଗ୍ରାମ ରୁପା

ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆଜି ତା:୨୪/୦୭/୨୪ ତାରିଖ ସକାଳ ୯ ଘଣ୍ଟା ସମୟରେ ସ୍ଥାନୀୟ ତହସିଲଦାରଙ୍କ ତତ୍ବାବଧାନରେ(ମାଜିଷ୍ଟ୍ରେଟ) ଓ ପୋଲିସ ତଥା ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ରାଇ ସିଂ ବିଡ଼ିକା, ସଦସ୍ୟ ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମନ୍ଦିର ପରିସରରେ ଥିବା ହୁଣ୍ଡି କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଥିଲା । ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି ହୁଣ୍ଡି ଖୋଲାଯାଇ ଦୀର୍ଘ ୧୦ ଘଣ୍ଟା ଧରି ଗଣତି କରାଯାଇଥିଲା। ଆଜି ୯ଟି ହୁଣ୍ଡିରୁ ବାହାରି ଥିବା ଟଙ୍କା ସର୍ବମୋଟ ନଗଦ ୯୯,୧୫,୪୨୨ ଟଙ୍କା ବାହାର କରାଯାଇଥିଲା । ୫୩ ଗ୍ରାମ ସୁନା ଓ ୨ କେଜି ୩୯୨ଗ୍ରାମ ରୁପା ବାହାର କରାଯାଇଥିଲା । ବାହାରିଥିବା ବିଦେଶୀ ଟଙ୍କା ମଧ୍ୟରୁ ବ୍ୟାଙ୍କ ଅଫ୍ ଇଂଲଣ୍ଡର ୨୦ ପାଉଣ୍ଡ ନୋଟ୍‌ ୨୦ଟି, ବ୍ୟାଙ୍କ ଅଫ୍ ଇଂଲଣ୍ଡ ୧୦ ପାଉଣ୍ଡ ନୋଟ୍‌ ୧୦ଟି, କାନାଡାର ୫ , କାନାଡିଆନ ଡଲାର ୧ଟି, ଆମେରିକାର ୨୦ ଡଲାର ନୋଟ୍‌ ୧ଟି ଏବଂ ଥାଇଲାଣ୍ଡର ୧୦୦ ନୋଟ ୧ଟି ରହିଥିଲା । ରୂପା ଓ ସୁନାକୁ ଜିଲ୍ଲା କୋଷାଗାରରେ ରଖାଯାଇଥିବା ବେଳେ ବାହାର କରାଯାଇଥିବା ସମସ୍ତ ଟଙ୍କା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଜମା କରାଯାଇଛି ବୋଲି ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ରାଇସିଙ୍ଗ ବିଡିକା ସୃଚନା ଦେଇଥିଲେ । ମୋଟ ୯ଟି ହୁଣ୍ଡିର ଦାନ ବାହାର କରାଯାଇଥିବା ସମସ୍ତ ଟଙ୍କା ଗଣତି କର୍ଯ୍ୟରେ ପ୍ରାୟ ୧୫୦ ଜଣ କର୍ମକର୍ତ୍ତା,ରାୟଗଡ଼ା ଶ୍ରୀ ସତ୍ୟ ସାଇ ବାବା ସେବା ସମିତିର ମହିଳା ସଦସ୍ୟ ବୃନ୍ଦ,ଭେଙ୍କଟେଶ ମନ୍ଦିର ଭକ୍ତ ବୃନ୍ଦ,ଜେମସ ଅନୁଷ୍ଠାନ ର ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯାଇଛି । ସୂଚନାଯୋଗ୍ୟ ଯେ ଏଥି ପୂର୍ବରୁ ୧୮/୦୩/୨୪ ତାରିଖରେ ସର୍ବମୋଟ ଦାନ ହୁଣ୍ଡି ରୁ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା ସହ ୬୨ ଗ୍ରାମ ସୁନା ଓ ୨୩୦୦ ଗ୍ରାମ ରୁପା ବାହାରିଥିଲା ବୋଲି ଶ୍ରୀ ବିଡିକା କହିଛନ୍ତି ।

 

ରାୟଗଡା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *