July 1, 2025
Home » ଭୁବନେଶ୍ୱରରେ ଜୟ ଓଡ଼ିଶା ପକ୍ଷରୁ ଆରମ୍ଭ ହେଲା ଭ୍ରାମ୍ୟମାଣ ଜଳଛତ୍ର

ଭୁବନେଶ୍ୱରରେ ଜୟ ଓଡ଼ିଶା ପକ୍ଷରୁ ଆରମ୍ଭ ହେଲା ଭ୍ରାମ୍ୟମାଣ ଜଳଛତ୍ର

0
WhatsApp Image 2025-04-12 at 8.26.11 PM

ଗ୍ରୀଷ୍ମ ଋତୁର ଉତ୍ତାପ ଦାଉରୁ ରକ୍ଷା କରିବା ଉଦ୍ୟମରେ, ଭୁବନେଶ୍ୱରର ସାମାଜିକ ସଂଗଠନ ଜୟ ଓଡ଼ିଶା ତାଙ୍କ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆରମ୍ଭ କଲା “ଭ୍ରାମ୍ୟମାଣ ଜଳଛତ୍ର”, ଯାହାକି ଚଳିତ ବର୍ଷ ଚତୁର୍ଥ ବର୍ଷ ରେ ଅବତରଣ କରିଛି।

“ଭ୍ରାମ୍ୟମାଣ ଜଳଛତ୍ର” ହେଉଛି ଏକ ଚଳନଶୀଳ ଜଳ ପ୍ରଦାନ କେନ୍ଦ୍ର, ଯାହା ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ, ସ୍କୁଲ୍ , କଲେଜ୍, ବସ୍ ଷ୍ଟାଣ୍ଡ,ବଜାର, ହାଟର ମୁଖ୍ୟ ରାସ୍ତା ଓ ଯାତ୍ରୀ ଭିଡ଼ ଥିବା ସ୍ଥାନଗୁଡ଼ିକରେ ଲୋକଙ୍କୁ ଶୀତଳ ଓ ସୁଦ୍ଧ ଜଳ ପାନ କରାଇବ । ଏହା ନଗରବାସୀ ଓ ଯାତ୍ରୀମାନେ ଖରା ଓ ଉଚ୍ଚ ତାପମାନ ରୁ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇବେ ।
ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଏକ ନିଆରା ଢଙ୍ଗରେ ରେ ଜଳଯାତ୍ରା କୁ ଉତ୍ଘାଟନ କରାଯାଇଥିଲା, ବିଭିନ୍ନ ବର୍ଗର ଲୋକ, ଯଥା ଉଠା ଦୋକାନି ମହାସଂଘର ଭାଇ ମାନେ, ଅଟୋଚଳକ ଭାଇ ମାନେ ଓ ସାଧାରଣ ଲୋକଙ୍କ କରକମଳରେ ଏହା ଉତ୍ଘାଟନ କରାଯାଇଥିଲା, ଯେଉଁ ମାନେକି ଏହି ସେବାର ବିଶେଷ ଲାଭାର୍ଥି।

ଉଦ୍ଘାଟନ ସମୟରେ “ଜୟ ଓଡ଼ିଶା” ର ସଂସ୍ଥାପକ ଓ ସଭାପତି ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି, “ଏହା ଆମ ପାଇଁ ଗର୍ବ ଓ ଆନନ୍ଦର ବିଷୟ ଯେ, ଆମ ନାଗରିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ଉଦ୍ୟମ ପ୍ରତିବର୍ଷ କରୁଛୁ । ଭୁବନେଶ୍ୱରରେ ଖରା ଏବଂ ତାପଦାହ ମଧ୍ୟରେ ଜଳ ହେଉଛି ଜୀବନ, ଏହି ଭ୍ରାମ୍ୟମାଣ ଜଳଛତ୍ର ସେହି ଜୀବନ ରକ୍ଷାର ଏକ ଛୋଟ ପ୍ରୟାସ।” ନିଖିଳ ଉତ୍କଳ ଖୁଦ୍ର ବ୍ୟବସାୟୀ ମହାସଂଘର ସଦସ୍ୟ ମାନେ ମଧ୍ୟ ଏହି ପଦକ୍ଷେପ ପ୍ରତି ବିଶେଷ କୃତଜ୍ଞତା ପ୍ରକାଶ କରିଛନ୍ତି ।

ଭୁବନେଶ୍ୱର ନଗରର ସାଧାରଣ ନାଗରିକମାନେ ଏହି ଉଦ୍ୟମକୁ ସ୍ୱାଗତ କରିଛନ୍ତି ଓ ଆଶା ବ୍ୟକ୍ତ କରିଛନ୍ତି ଯେ ଏହା ଅନ୍ୟ ସଂଗଠନମାନେ ପାଇଁ ମଧ୍ୟ ଏକ ପ୍ରେରଣା ହେବ । ସେବା ହେଉ ଶ୍ରେଷ୍ଠ ଧର୍ମ, ଏହି ମନ୍ତ୍ରକୁ ଅନୁସରଣ କରି ଜୟ ଓଡ଼ିଶା ଆଗାମୀ ଦିନରେ ମଧ୍ୟ ଏପରି ମାନବିକ କାର୍ଯ୍ୟକଳାପ ଜାରି ରଖିବ ।

Leave a Reply

Your email address will not be published. Required fields are marked *