UAS ଲାଗୁ କରିବା ନିଷ୍ପତ୍ତି କୁ ବିରୋଧ କରି ଦାବିପତ୍ର

l
ସୁବର୍ଣ୍ଣପୁର –ଗତକାଲି ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ବ୍ଲକ୍ ରେ ରାଜ୍ୟ ସରକାରଙ୍କ ଦ୍ଵାରା ବିଦ୍ୟାଳୟରେ UAS ଲାଗୁ କରିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ କମିଶନର , ବିଦ୍ୟାଳୟ ଓ ସମୂହ ଶିକ୍ଷା ବିଭାଗ କୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା l ଭିତ୍ତିଭୂମି ସୁଦୃଢ କରି ତା ପରେ UAS ଲାଗୁ କରିବା ପାଇଁ ଦାବି କରାଯାଇଛି l ସୋନପୁର ବ୍ଲକରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ଉପ ସଭାପତି ବ୍ରତାନନ୍ଦ ଭୋଇ ଓ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଦିଲ୍ଲୀପ କୁମାର ମିଶ୍ର , ଉଲୁଣ୍ଡା ବ୍ଲକରେ ଜିଲ୍ଲା ସଭାପତି ଦାମୋଦର ପଣ୍ଡା, ତରଭା ବ୍ଲକ ରେ ସଭାପତି ଶ୍ରୀ ପ୍ରହଲ୍ଲାଦ ଚୌହାନ , ଡୁଙ୍ଗୁରିପାଲି ବ୍ଲକ ରେ ପ୍ରକାଶ ବାରିକ, ବିନିକା ବ୍ଲକରେ ହିମାଂଶୁ ପଣ୍ଡା ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ | ସମସ୍ତ ବ୍ଲକ୍ ରେ ଶାନ୍ତିପୂର୍ଣ୍ଣ ଭାବେ ଏହି ଦାବିପତ୍ର ଦେଇଥିବାରୁ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ଉମାକାନ୍ତ ମିଶ୍ର , ଜିଲ୍ଲା ସଂଘ ସମୀକ୍ଷକ ଓମ ପ୍ରକାଶ ପୂଜାହାରୀ, ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘ ର ସଭାପତି ସମୀର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…..