September 21, 2024
Home » UNO ପଲିସି ଆଡ଼ଭାଇଜର ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପର୍ଣ ଓଡିଶୀ ନୁର୍ତ୍ୟ ଶିଳ୍ପୀ ବୈଶାଳୀ ମହାନ୍ତିନିଆରା ଢଙ୍ଗରେ ପାଳିଲେ ଜନ୍ମଉତ୍ସବ

UNO ପଲିସି ଆଡ଼ଭାଇଜର ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପର୍ଣ ଓଡିଶୀ ନୁର୍ତ୍ୟ ଶିଳ୍ପୀ ବୈଶାଳୀ ମହାନ୍ତିନିଆରା ଢଙ୍ଗରେ ପାଳିଲେ ଜନ୍ମଉତ୍ସବ

0

l
ପୁରୀ ୦୬/୦୮/୨୦୨୪ UNO ପଲିସି ଆଡ଼ଭାଇଜର ତଥା ଖ୍ୟାତି ସମ୍ପନ୍ନ ଓଡ଼ିଶୀ ନୃତ୍ୟ ଶିଳ୍ପୀ ବୈଶାଳୀ ମହାନ୍ତି ତାଙ୍କର ଜନ୍ମ ଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ସେ ପ୍ରଥମେ ଉତ୍କଳ ବାଳାଶ୍ରମ କୁ ଯାଇ ସେଠାରେ ଥିବା ଅନ୍ତେବାସୀ ମାନଙ୍କ ସହ କେକ କାଟି ଜନ୍ମଦିନ ପାଳନ କରିଥିଲେ। ସନ୍ଧ୍ୟା ସମୟରେ ଏକ ସ୍ବତନ୍ତ୍ର ଉତ୍ସବ ଏଠାରେ ଥିବା ହଲିଡେ ରିସର୍ଟ ହୋଟେଲ ର ସଭା ଗୃହ ରେ ପାଳିତ ହୋଇଥିଲା।

 

ପୂର୍ବତନ ସାଂସଦ ଓଡ଼ିଶା ତଥା ଭାରତର ସୁନାମଧନ୍ୟ କବି,ବକ୍ତା, ଡ଼.ପ୍ରସନ୍ନ କୁମାର ପାଟ୍ଟଶାହାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି କାଲି ଅଭିଭାବକ ମାନେ ପୁତ୍ର ସନ୍ତାନକୁ ଯେତିକି ଗୁରୁତ୍ଵ ଦେଉଛନ୍ତି କନ୍ୟା ସନ୍ତାନ ମାନଙ୍କୁ ସେତିକି ଗୁରୁତ୍ଵ ଦେଉଥିବା ଦେଖାଯାଏ। ବର୍ତମାନ ସମାଜ ରେ ପୁଅ ଝିଅ ଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଆଜି କାଲି ଝିଅ ମାନେ ସବୁ କ୍ଷେତ୍ରରେ ଆଗୁଆ ହୋଇ ନିଜର ପ୍ରତିଭା ର ପରିଚୟ ସୃଷ୍ଟି କରିପାରିଛନ୍ତି। ବୈଶାଳୀ ମହାନ୍ତି ତାଙ୍କ ଜନ୍ମଦିନ କୁ କନ୍ୟାରତ୍ନ ଉତ୍ସବ ଭାବେ ପାଳନ କରି ଅର୍ଥନୈତିକ ଦୁର୍ବଳ ଶ୍ରେଣୀର କନ୍ୟାମାନେ ନିଜର ପ୍ରତିଭା ସୃଷ୍ଟି କରିପାରିଛନ୍ତି ତାହା ସମାଜ ପାଇଁ ଏକ ଉଦାହରଣ ହୋଇ ରହିବ। ଏହି ଅବସର ରେ ସଂଘର୍ଷ କରି ନିଜର ପ୍ରତିଭା ପରିଚୟ ଦେଇ ନିଜେ ଆତ୍ମନିର୍ଭରଶୀଳ ହୋଇଥିବା ୫ ଜଣ କନ୍ୟା ଙ୍କୁ କନ୍ୟା ରତ୍ନ ରେ ସମ୍ବର୍ଦ୍ଧିତ କରାଯିବା ସଙ୍ଗେ ସଙ୍ଗେ ସେମାନଙ୍କୁ ୫୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଡ଼. ପ୍ରସନ୍ନ କୁମାର ପାଟ୍ଟଶାହାଣୀ,କବିୟତ୍ରୀ ରୋଜାଲିନ ଶତପଥୀ, ଡ଼. ଭଗବାନ ଜୟ ସିଂ ପ୍ରମୁଖ ଉତ୍ସବ ରେ ଅତିଥି ଭାବେ ଯୋଗଦେଇଥିଲେ। ବୈଶାଳୀ ମହାନ୍ତି ଓଡ଼ିଶା ର ବିଶିଷ୍ଟ ସମାଜ ସେବୀ, ମାନସୀ ପ୍ରଧାନ ଓ ଅବସରପ୍ରାପ୍ତ ଚିଫ୍ ଇଞ୍ଜିନିୟର ରାଧାବିନୋଦ ମହାନ୍ତି ଙ୍କ କନ୍ୟା ଅଟନ୍ତି। ବୈଶାଳୀ UNO ର ପଲିସି ଆଡ଼ଭାଇଜର ଭାବେ କାର୍ଯ୍ୟରତ ଅଛନ୍ତି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *