ସ୍ବେଛାକୃତ ରକ୍ତଦାନ ଶିବିର

ବ୍ରହ୍ମପୁର ଅବକାରୀ ବିଭାଗ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ” ଆମ ସଂକଳ୍ପ ନିଶା ନୁହେଁ ଜୀବନ” ଅନୁଷ୍ଠିତ ହୋଇଯାଇଛି।ଏହି ଉଦ୍ୟମ ଅବକାରୀ ବିଭାଗର ଆମ ସଂକଳ୍ପ କାର୍ଯ୍ୟକ୍ରମ ର ର ଏକ ଅଂଶ ବିଶେଷ ଭାବେ ଗ୍ରହଣ କରାଯାଇଛି।ଗତ ମେ ମାସ ୩୦ ତାରିଖ ରୁ ଜୁନ ମାସ ୨୬ ତାରିଖ ପର୍ଯ୍ୟନ୍ତ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏହି ସଚେତନତାକୁ ବିଭିନ୍ନ ପ୍ରକାର ପଥପ୍ରାନ୍ତ ନାଟକ ମାଧ୍ୟମରେ ବିଷାକ୍ତ ମଧ୍ୟ୍ୟପାନ ଓ ନିଶା ସେବନ ବିରୁଦ୍ଧରେ ସଚେତନ କରୁଛନ୍ତି। ଆଜିର ଏହି ରକ୍ତଦାନ ଶିବିରରେ ୪୦ ୟୁନିଟ ର ରକ୍ତ ଆଶା ରଖିଛନ୍ତି। ଏହି ଶିବିରରେ ଅବକାରୀ ବିଭାଗ ଗୋଇନ୍ଦା ବିଭାଗର କର୍ମଚାରୀ ଓ ଅନ୍ୟାନ ବ୍ୟକ୍ତି ମାନେ ରକ୍ତ ଦାନ କରିଛନ୍ତି।ଅବକାରୀ ସୁପେରଟେଣ୍ଡେଣ୍ଟ ଶ୍ରୀ ପ୍ରବୀନ କୁମାର ପ୍ରଧାନ ଓ ଅନ୍ୟ କର୍ମଚାରୀ ମାନଙ୍କ ପ୍ରଚେଷ୍ଟା ରେ ଏହି ରକ୍ତଦାନ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇପାରିଛି।
ବ୍ରହ୍ମପୁରରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ