February 10, 2026
Home » ମହିଳା ସଶକ୍ତିକରଣ ଓ ସୁରକ୍ଷିତ ଶୈଶବ ସଚେତନତା କର୍ମଶାଳା

ମହିଳା ସଶକ୍ତିକରଣ ଓ ସୁରକ୍ଷିତ ଶୈଶବ ସଚେତନତା କର୍ମଶାଳା

0
WhatsApp Image 2025-06-20 at 4.27.29 PM

କଟକ : ମହିଳା ସଶକ୍ତିକରଣ ଏବଂ ସୁରକ୍ଷିତ ଶୈଶବ ସୁନିଶ୍ଚିତ କରିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ନେଉଥିବା ପଦକ୍ଷେପଗୁଡିକ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି କଟକ ବାଲିଯାତ୍ରା ତଳ ପଡିଆଠାରେ ଚାଲିଥିବା ବିକାଶ ମେଳାରେ ଅନୁଷ୍ଠିତ କର୍ମଶାଳାରେ ଗୁରୁତ୍ୱାରୋପ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମଶାଳାକୁ ଉଦଘାଟନ କରି ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଅନେକ ସୁବିଧା ଯୋଗାଇ ଦେଉଥିବା କହିଥିଲେ। ଏହାର ଲାଭ ଉଠାଇ ମହିଳାମାନେ ଆତ୍ମନିର୍ଭଶୀଳ ହେବାକୁ ସେ ଆହ୍ୱାନ ଦେଇଥିଲେ। ଜିଲ୍ଲାର ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ପରିଡା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାକାରି ଅଭିଯାନ ସମ୍ପର୍କରେ ଆଲୋକପାତ କରିଥିଲେ।   ୟୁନିସେଫ ର ପରାମର୍ଶଦାତା ଶ୍ରୀ ଘାସିରାମ ପଣ୍ଡା, ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷ ପ୍ରମୋଦ କିଶୋର ଆଚାର୍ଯ୍ୟ ପ୍ରମୁଖ ମହିଳାଙ୍କୁ ସମାଜରେ ମୁଖ୍ୟ ସ୍ରୋତ କୁ ଆଣିବା ଏବଂ ଶିଶୁ ମାନଙ୍କ ଶୈଶବ ସୁରକ୍ଷିତ କରିବା ଦିଗରେ ସମାଜର ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରଗତି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *