ଅଙ୍ଗନବାଡି ଦିଦିଙ୍କ ମନମାନି କୁ ନେଇ ବିଜୟଚାନ୍ଦପୁର ରେ ଉତ୍ତେଜନା ପରିସ୍ଥିତି

ପାରାଦୀପ – ଉତ୍ତେଜନା ପ୍ରବଣ ହୋଇପଡିଛି ପାରାଦୀପ ଉପକଣ୍ଠ ନୂଆଗଡ ପଞ୍ଚାୟତ ର ବିଜୟଚାନ୍ଦପୁର ଗାଁ l ଗ୍ରାମରେ ରହିଥିବା ଅଙ୍ଗନବାଡି କେନ୍ଦ୍ରର ଦିଦିଙ୍କ ମନମାନି କୁ ନେଇ ଗ୍ରାମର ସାମୁହିକ ମହିଳା ମାନେ ଉଠାଇଛନ୍ତି ବିଦ୍ରୋହ ର ସ୍ୱର l ଯାହାକୁ ନେଇ ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି l ଗାଁ ରେ ଅଛି ଅଙ୍ଗନବାଡି କେନ୍ଦ୍ର, ହେଲେ ପିଲାଙ୍କୁ ମିଳୁନି ପାଠ ପଢାର ସୁବିଧା ନାଁ ମିଳୁଛି ସରକାରଙ୍କ ତରଫରୁ ଆସୁଥିବା ଛତୁଆ ଅଣ୍ଡା l
ଯାହାକୁ ନେଇ ଗ୍ରାମର ଶତାଧିକ ମହିଳା ଏକତ୍ରିତ ହୋଇ ଅଙ୍ଗନବାଡ଼ି କେନ୍ଦ୍ର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗ୍ରାମରେ ରହିଥିବା ଅଙ୍ଗନବାଡ଼ି ଦିଦି ଙ୍କ ଘର ସମ୍ମୁଖରେ ହୋହଲ୍ଲା କରିଛନ୍ତି l ଗ୍ରାମର ମହିଳା ମାନଙ୍କ ଅଭିଯୋଗ ଅନୁଯାୟୀ ଅଙ୍ଗନବାଡ଼ି ଦିଦି ଙ୍କ ମନମାନି ରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର l ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ରହିଥିବା ବେଳେ ଅଙ୍ଗନବାଡ଼ି ଦିଦି ନିଜ ଘରେ ପିଲାଙ୍କୁ ପଢ଼ାଉଛନ୍ତି, ପିଲାମାନଙ୍କ ପାଇଁ ସରକାର ଙ୍କ ତରଫରୁ ଆସୁଥିବା ଅଣ୍ଡା, ଛତୁଆ,ଡାଲି, ଚାଉଳ ସବୁ ପିଲା ଓ ମା ଙ୍କୁ ମିଳୁନାହିଁ l ଏହାକୁ ଅଙ୍ଗନବାଡ଼ି ଦିଦି ହଡପ କରି ବିକ୍ରି କରୁଥିବା ନେଇ ଅଭିଯୋଗ ଆଣିଵା ସହିତ ଏ ନେଇ କୁଜଙ୍ଗ ସିଡିପିଓ ଓ ଜିଲ୍ଲାପାଳ ଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି l
ଦୁର୍ନୀତି ରେ ଲିପ୍ତ ଥିବା ଉକ୍ତ ଅଙ୍ଗନବାଡି ଦିଦିଙ୍କୁ ତୁରନ୍ତ ସରକାରଙ୍କ ତରଫରୁ ଛଟେଇ କରି ନୂତନ ଅଙ୍ଗନବାଡି ଦିଦି ନିଯୁକ୍ତି କରିବାକୁ ଦାବି ନେଇ ଗ୍ରାମରେ ମହିଳା ମାନେ ନାରାବାଜି କରିବା ସହିତ ଅଙ୍ଗନବାଡି କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଛନ୍ତି l ଯେ ପର୍ଯ୍ୟନ୍ତ ଏହି ଅଙ୍ଗନବାଡି ଦିଦିଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ମହିଳା ମାନେ ଚେତାବନୀ ଦେଇଥିବା ବେଳେ ଆଜି ପରିସ୍ଥିତି ଉତ୍ତେଜନା ପ୍ରବଣ ହୋଇପଡିଛି l ଯାହାକୁ ନେଇ ପାରାଦୀପ ବିଜୟଚାନ୍ଦପୁର ଗାଁ ରେ ଦେଖିବାକୁ ମିଳିଛି ଉତ୍ତେଜନା ପରିସ୍ଥିତି l ଅଙ୍ଗନବାଡ଼ି ଦିଦିଙ୍କ ଘରକୁ ଘେରି ଧାରଣା ରେ ବସିଛନ୍ତି ଗ୍ରାମର ଶତାଧିକ ମହିଳା। ଅଙ୍ଗନବାଡ଼ି କେନ୍ଦ୍ରରେ ଦୁର୍ନୀତି ଏବଂ ଅନିୟମିତତା ଅଭିଯୋଗରେ ଦିଦିଙ୍କ ଘର ଘେରାଉ କରିଛନ୍ତି ଗାଁର ଶତାଧିକ ମହିଳା,ଯାହାକୁ ନେଇ ଗ୍ରାମରେ ଏକ ପ୍ରକାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି l ମହିଳା ମାନଙ୍କ ଅଭିଯୋଗ ଅନୁଯାୟୀ ଛତୁଆ, ଅଣ୍ଡା, ସୁଜି, ଲଡୁ, ଶୋଲା, ମୁଢି ଇତ୍ୟାଦିର ଦୁର୍ନୀତି ଅଭିଯୋଗ କରିଛନ୍ତି ମହିଳା। ଉକ୍ତ ଅଙ୍ଗନବାଡି କେନ୍ଦ୍ରରେ କିଶୋରୀ ବାଳିକାମାନଙ୍କ ବୈଠକ ଠାରୁ ନେଇ ଶିଶୁଙ୍କ ପାଠ ପଢା ହେଉ ନଥିବା ଅଭିଯୋଗ ଆଣିବା ସହିତ କୌଣସି କାମ ଥିଲେ ଲାଞ୍ଚ ମାଗୁଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଧାରଣାରତ ମହିଳାମାନେ l ଯଦି କେହି ଏହାର ପ୍ରତିବାଦ କରୁଛନ୍ତି ତେବେ ଗ୍ରାମବାସୀଙ୍କୁ ଦିଦି ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏପରିକି ଚଞ୍ଚକତାପୂର୍ବକ ନିଜ ଝିଅକୁ ସେହି କେନ୍ଦ୍ରର ସହାୟିକା ଭାବେ ନିଯୁକ୍ତି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗାଁ ଲୋକେ। ତେବେ ମହିଳା ମାନଙ୍କ ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଅଙ୍ଗନବାଡ଼ି ଦିଦି। କହିଛନ୍ତି ମୋ ପାଖରେ ସମ୍ପୂର୍ଣ ପ୍ରମାଣ ଅଛି l ହେଲେ ଏହି ଘଟଣା କୁ ନେଇ ସିଡିପିଓ ଆକ୍ସନ ମୂଡ଼ରେ ରହିଥିବା ନେଇ ଯାହା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି l