April 10, 2026
Home » ଅଟେଇ ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର ନର କଙ୍କାଳର ପରିଚୟ ମିଳିଲା ନାହିଁ, ପୋଲିସ କଲା ଶବସତ୍କାର।

ଅଟେଇ ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର ନର କଙ୍କାଳର ପରିଚୟ ମିଳିଲା ନାହିଁ, ପୋଲିସ କଲା ଶବସତ୍କାର।

0
WhatsApp Image 2026-04-09 at 7.40.55 AM

କେନ୍ଦୁଝର,:ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରୁ ତିନିଦିନ ତଳେ ଜଣେ ମୃତ ବ୍ୟକ୍ତିର ନର କଙ୍କାଳକୁ ଘଟଗାଁ ପୋଲିସ ଉଦ୍ଧାର କରିଥିଲା। ଉକ୍ତ କଙ୍କାଳକୁ କେନ୍ଦୁଝର ଶବଦାହ ଗୃହରେ ରଖାଯାଇଥିଲା। ଏ ସଂକ୍ରାନ୍ତରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ଆଜକୁ ତିନିଦିନ ଅତିକ୍ରମ କରିଥିଲେ ମଧ୍ୟ ନରକଙ୍କାଳ କାହାର କୌଣସି ପରିଚୟ ମିଳି ପାରିନାହିଁ। ଶେଷରେ ପୋଲିସ ୯୬ ଘଣ୍ଟା ପରେ ଉକ୍ତ ଅଜଣା ବ୍ଯକ୍ତିର ଶବ ସତ୍କାର କରିଛି। ତେବେ ଏ ସମ୍ପର୍କରେ ଦାୟୀତ୍ଵରେ ଥିବା ଘଟଗାଁ ଥାନା ଏଏସଆଇ ଅନୁପ ଲୁଗୁନଙ୍କୁ ପଚାରିବାରୁ ସେ କହିଲେ ପୋଷ୍ଟମର୍ଟମ ପରେ ଶବର ଡିଏନଏ ପରୀକ୍ଷା କରାଯିବ। କେଶ୍ ନମ୍ବର ୧୯/୨୦୨୬ ଯୋଗେ ତାର ଶେଷକୃତ୍ୟ କରାଯାଇଛି।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନପ୍ରେସ

Leave a Reply

Your email address will not be published. Required fields are marked *