ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ ଅନୁଷ୍ଠିତ
ସୋନପୁର ବ୍ଲକଛକ ସ୍ଥିତ ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀ ଙ୍କ ପ୍ରବେଶ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷା ଲିଖିତା ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ଅନୁଷ୍ଠାନର ସଭାପତି ଶ୍ରୀ ଲକ୍ଷ୍ମୀନାରାୟଣ ମହାନ୍ତି ମୁଖ୍ୟ ଅତିଥି ଏବଂ ସମ୍ମାନୀୟ ଅତିଥି ଭାବରେ ଚେୟାରମେନ ଡ଼.ଜ୍ୟୋତିରଂଜନ ବହିଦାର ଏବଂ ଶିକ୍ଷା ନିର୍ଦ୍ଦେଶକ ଡ଼. କିରଣବାଳା ଦାସ ଯୋଗ ଦେଇଥିଲେ। ମା ଓ ଶ୍ରୀ ଅରବିନ୍ଦ ଙ୍କ ଫଟୋଚିତ୍ର ରେ ପୁଷ୍ପ ଓ ଧୂପ ପ୍ରଦାନ କରି ସଭା ଆରମ୍ଭ କରାଯାଇଥିଲା। ସମସ୍ତ ଅତିଥି ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ରହିବା ସହିତ ଅନୁଷ୍ଠାନ ର ନୀତି ଓ ଆଦର୍ଶକୁ ଅକ୍ଷୁର୍ଣ୍ଣ ରଖିବାକୁ ଉପଦେଶ ଦେଇଥିଲେ। ଅଧ୍ୟକ୍ଷା ସ୍ବାଗତ ଭାଷଣ ଦେଇଥିବା ବେଳେ ଛାତ୍ରୀ ଅର୍ଚ୍ଚିତା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ +୨ ଦ୍ଵିତୀୟ ବର୍ଷର ଛାତ୍ରୀ ପ୍ରତୀକ୍ଷା ଖମାରୀ ସଂଯୋଜନା କରିଥିଲେ।ସଭାକାର୍ଯ୍ୟ ପରେ ଛାତ୍ରଛାତ୍ରୀ ମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏଥିରେ ଅନୁଷ୍ଠାନ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଅଣଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
